କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଭୁବନ,୧୨/୧୦/୨୦୨୬(ଓଡ଼ିଶା ସମାଚାର)-ଭୁବନ ଭିତରଦିଗ ପାଟଣା ଉ ପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦାସ ଙ୍କ ସଭାପତିତ୍ବ ଓ ପରିଚାଳନା କମିଟି ସଭାପତି ଅନାମ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ଆନନ୍ଦ କୁମାର ମେହେଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

ବଡ଼ହାଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରୋତ୍ତମ ମିଶ୍ର ,ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ୍ ମଲିକ, ମହିଳା ମହାବିଦ୍ୟାଳୟ ଅଧ୍ୟାପକ ବିଶ୍ୱଜିତ୍ ସାହୁ,ବାଜି ରାଉତ କଲେଜ ଅଧ୍ୟାପିକା ଇନ୍ଦୁମତୀ ସାହୁ,ପୂର୍ବତନ କାଉନସିଲର ମାୟାଧର ଗୁରୁ ଅତିଥି ଭାବେ ଯୋଗଦେଇଥିଲେ ।

କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରୁ ୩୦୦ ପ୍ରତିଯୋଗୀଙ୍କ ମଧ୍ୟରେ ନୃତ୍ୟ,ସଙ୍ଗୀତ,ବକ୍ତୃତା, ସାଧାରଣ ଜ୍ଞାନ,ରଚନା ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ସ୍ତରକୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର, ଅସିତ ଦାସରଶ୍ମି ପ୍ରଧାନ,କବିତା ପୃଷ୍ଟି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *