କାଠଯୋଡି ନଦୀରୁ  ଅଜଣା ମହିଳା ଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର   

କଟକ, ୦୯/୦୭/୨୦୨୬ ( ଓଡିଶା ସମାଚାର/ଅଭୟ ଜେନା )-କଟକ ପୁରୀଘାଟ ନିକଟ ଦେବୀଗଡା ଠାରେ କାଠଯୋଡ଼ି ନଦୀ ରୁ ଜନୈକ ମହିଳା ଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କରାଯାଇଛି ପୁରିଘାଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି କଟକ ଏସ ସି ବି ବଡ଼ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଛି। ମହିଳାଙ୍କ ପରିଚୟ ଜଣା ପଡ଼ି ନାହିଁ। ମୁଣ୍ଡ ନଥିବାରୁ ପୋଲିସ ପାଇଁ ଘଟଣା ତଦନ୍ତ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିବ ପ୍ରାଥମିକ ଭାବେ ପୋଲିସ ବିଭିନ୍ନ  ଥାନା ରୁ ମିଶିଙ୍ଗ ରିପୋର୍ଟ ଉପରେ ତଥ୍ୟ ସଂଗ୍ରହ କରିବା ସହ ତଦନ୍ତ ରେ ଅଗ୍ରଗତି କରାଯିବ ବୋଲି ସି ପି ଅଶୋକ ଗିରି କହିଛନ୍ତି

Leave a Reply

Your email address will not be published. Required fields are marked *