ଜଗତସିଂହପୁର,୨୦/୦୭/୨୦୨୬ (ଓଡ଼ିଶା ସମାଚାର)-ପାରାଦୀପ ପୌରାଞ୍ଚଳସ୍ଥିତ ଲକପଡା ବସ୍ତି ଅଞ୍ଚଳରେ ଚଢଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ରେଞ୍ଜ।
ଯାଞ୍ଚ ପରେ ତାଙ୍କ ପାଖରୁ ୪୫ ଗ୍ରାମର ବ୍ରାଉନସୁଗାର ଓ ଓ ନିଶା କାରବାର ରେ ବ୍ୟବହୃତ ନଗଦ ୩୨ ହଜାର ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଲକପଡାର ମନୋଜ ନନ୍ଦି ଜଣେ ପେଶାଦାର ବ୍ରାଉନସୁଗାର
ବ୍ୟବସାୟୀ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ପାରାଦୀପ ଅବକାରୀ ରେଞ୍ଜକୁ ଅଭିଯୋଗ ମିଳିଥିଲା। ସେବେଠାରୁ ସେ ଅବକାରୀ ବିଭାଗର ସ୍କାନରରେ ଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପରେ ପାରାଦୀପ ଅବକାରୀ ରେଞ୍ଜର ନିରିକ୍ଷକ ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ପାରାଦୀପ ଅବକାରୀ ଥାନାର ଉପନିରିକ୍ଷକ ଧର୍ମପଦ ଦାସ, ଏ ଏସ୍ ଆଇ ଗୟାଧର ସେଠୀ, କନଷ୍ଟେବଳ ଜୟଦେବ ପାତ୍ର, ମନୋରଞ୍ଜନ ଦାସ, ସନ୍ତୋଷୀ ସାହୁ ଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।
ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦୀପ ଅବକାରୀ ରେଞ୍ଜର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ମନୋଜ ନନ୍ଦୀଅ ବାବର। ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୪,୫୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି।
ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ୟ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟକୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ଅବକାରୀ ବିଭାଗ।
