“ପାରାଦୀପ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା”

ଜଗତସିଂହପୁର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ତା ୧୬:୦୨:୨୦୨୪ ରିଖ ଶୁକ୍ରବାର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପଛପାଖ (ନୂଆଗଡ)ପଡିଆ ଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨ ଟି କମ୍ପାନୀ  ଓ ସରକାରୀ ଅନୁବନ୍ଧିତ ତାଲିମ ପ୍ରଦାନ କାରୀ ସଂସ୍ଥା ମାନେ ଯୋଗ ଦେଇଥିଲେ।

ଏହି ନିଯୁକ୍ତି ମେଳାରେ ଜଗତସିଂହପୁର ର ୮ଟି ବ୍ଲକ୍ ଓ ୨ ଟି ପୌରସଂସ୍ଥା ର ମୋଟ ୫୧୨ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଯୋଗ ଦେଇ ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦୪ ଜଣଙ୍କୁ ନିଯୁକ୍ତି/ତାଲିମ ଦେବାପାଇଁ ନିଯୁକ୍ତି ସଂସ୍ଥା ଓ ତାଲିମ ପ୍ରଦାନକାରୀ ଅନୁଷ୍ଠାନଗୁଡିକ ସହିତ ସହବନ୍ଧିତ ହେଇଥିଲେ।

ଏହି ନିଯୁକ୍ତି ମେଳାକୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧକ୍ଷ ଶ୍ରୀ ପ୍ରମୋଦ କୁମାର ସାମଲ ପୌରହିତ୍ୟରେ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରି ଏହି ମେଳା ଆୟୋଜନର ଆଭିମୁଖ୍ୟ ବାବଦରେ ବିଷଦ ବିବରଣୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ଶ୍ରୀ ଗତିକୃଷ୍ଣ ବେହେରା ପ୍ରାରମ୍ଭିକ ଭାଷଣ ଦେଇ ଜିଲ୍ଲାରେ ଚାଲୁଥିବା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯକ୍ରମ ଗୁଡିକର ବିସ୍ତୃତ ବିବରଣୀ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର, ଜଗତସିଂହପୁର ଓ ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟ, ପାରାଦୀପର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *