ଭୁବନ ୯.୭- ପାଠ୍ୟ ପୁସ୍ତକରେ ତୃଟିରୁ ଦୃଷ୍ଟି ହଟାଇବା ସକାଶେ ମୋହନ ସରକାର କେ ଜି ରୁ ପି ଜି ସମ୍ପୂର୍ଣ ମାଗଣା ଶିକ୍ଷାଦାନ ପାଇଁ ଘୋଷଣା କରିଥିଲେ ।
ଏହା କେବଳ ଘୋଷଣାରେ ସୀମିତ ରହିଲା ଭଳି ସ୍ପଷ୍ଟ ହୋଇଛି । ଢେ଼ଙ୍କାନାଳ ଜିଲ୍ଲା
ଗଁଦିଆ ବ୍ଲକ ସ୍ଥିତ ମହିମା ମହାବିଦ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ “କେ ଜି ରୁ ପି ଜି ” ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଘୋଷଣାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।

କେତେକ ମହଲର ଅଭିଯୋଗ ହେଉଛି, ମହାବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ଓ ନିୟମାବଳୀର ସଠିକ୍ ପାଳନ ହେଉନାହିଁ। ଫଳରେ “କେ ଜି ରୁ ପି ଜି ” ଯୋଜନା କେବଳ ଘୋଷଣାରେ ସୀମିତ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମତାମତ ମିଳିପାରିନଥିବା ବେଳେ ସରକାରଙ୍କ ତରଫରୁ କୌଣସି ନୋଟିଫିକେଶନ /ମାର୍ଗ ଦର୍ଶିକା ଆସିନାହିଁ ବୋଲି କର୍ମଚାରୀ ମାନେ ମତ ଦେଇଛନ୍ତି । ଆଜି ଯୁକ୍ତ ୨ କଳା ବିଭାଗ ବିଦ୍ୟାର୍ଥୀ ଙ୍କ ପାଇଁ ୫୨୭୭ ଟଙ୍କା ଓ ବିଜ୍ଞାନ ବିଭାଗରେ ୫୫୦୦ ଟଙ୍କା ଫି ଆଦାୟ କରାଯାଇଛି। ତେବେ ଲୋକଙ୍କ ସରକାର କୁହାଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦ୍ଦେଶରେ କିଛି ମୂଲ୍ୟ ନାହିଁ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି।
