ପିକଅପ ଭ୍ୟାନ ଓଲଟି ୨ ମୃତ, ୧୪ ଆହତ

କାକଟପୁର, ୧୪//୨୦୨୪ (ଓଡ଼ିଶା ସମାଚାର)-କାକଟପୁରନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ପାନ ପତ୍ର ବୋଝେଇ ପିକଅପ୍ଓଲଟି ପଡି ବାରୁ ମୃତ୍ୟୁ ବାରଣ କରିଥିବା ବେଳେ, ୧୪ ଆହତ ହୋଇଛନ୍ତି।୧୪ ଆହତଙ୍କ ମଧ୍ୟରୁ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ କାକଟପୁର ଅସ୍ତରଙ୍ଗ ଅଞ୍ଚଳର ପାନଚାଷୀ ବୋଲି ସୂଚନା ମିଳିଛି

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ୨୦ରୁ ଅଧିକ ପାନ ବ୍ୟବସାୟୀ ପାନ ବିକ୍ରି କରିବାକୁ ନୟାହାଟ ପିପିଲି ପାନ ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଥିବା ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକ ନିକଟ ମୁଖ୍ୟରାସ୍ତା ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। କାକଟପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ଭ୍ୟାନ୍କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି

Leave a Reply

Your email address will not be published. Required fields are marked *