ସମ୍ବଲପୁର ପୁଲିସ ର ଏନକାଉନ୍ଟର : ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଆହତ

ସମ୍ବଲପୁର,୧୪/୦୪/୨୦୨୫ (ଓଡ଼ିଶା ସମାଚାର)- ରବିବାର ସମ୍ବଲପୁର ପୁଲିସ ଏନକାଉନ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡଙ୍ଗୀ ଆହତ ହୋଇଛିବାମରା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ ସରଗିଡିହି ନିବାସୀ ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡଙ୍ଗୀ କୁ ସମ୍ବଲପୁର ପୁଲିସ ଧରିବାକୁ ଉଦ୍ୟମ କରିବା ସମୟରେ ତା ସହିତ ଗୁଳି ବିନିମୟ ହୋଇଥିଲା ପୁଲିସ ର ଗୁଳି ରେ ସୀତାରାମ ଆହତ ହୋଇଛି ଆହତ ସୀତାରାମକୁ ଚିକିତ୍ସା ପାଇଁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନା ଏବଂ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି

ସୂଚନା ଅନୁଯାୟୀ, ସମ୍ବଲପୁର, ଝାରସୁଗୁଡା ସୁନ୍ଦରଗଡ଼ ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ ହତ୍ୟା ଉଦ୍ୟମ ଆଦି ୨୫ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ସୀତାରାମ ଷଡଙ୍ଗୀ ସମ୍ପର୍କରେ ଖବର ପାଇ ପୁଲିସ ତାକୁ ଧରିବାକୁ ପୁଲିସ ଉଦ୍ୟମ କରିଥିଲା। ତାକୁ ପିଛା କରିବା ସମୟରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଟିକିରା ଗ୍ରାମ ନିକଟରେ ଅପରାଧି ଏକ ଦେଶୀ ପିସ୍ତଲରୁ ରାଉଣ୍ଡ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲା ପୁଲିସ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ରୂପେ ପାଲଟା ଗୁଳିଚାଳନା କରିବାରୁ ସୀତାରାମର ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇଥିଲା।  ସେ ଆହତ ହେବା ପରେ ପୁଲିସ ତାକୁ ଧରିବାରେ ସଫଳ ହୋଇଥିଲା। ପୁଲିସ ଅପରାଧି ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଜୀବନ ୨ଟି ଖାଲି ଗୁଳି, ଗୋଟିଏ ବାଇକ ଏବଂ ନଗଦ ଏକ ଲକ୍ଷ ଟଙ୍କା  ଜବତ କରିଛି। ଘଟଣାସ୍ଥଳରେ ସାଇନ୍ଟିଫିକ ଦଳ ସହିତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

ସମ୍ପର୍କରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ଏହି ଦୁର୍ଦ୍ଦାନ୍ତ ଅପରାଧି କିଛି ଦିନ ତଳେ ଝାରସୁଗୁଡା ଜେଲରୁ ମୁକୁଳିବା ପରେ ପୁଣି ଏକ ଡକାୟତି ଘଟଣାରେ ସାମିଲ ହୋଇଥିଲା। ଏଣୁ ତାକୁ ଧରିବାକୁ  ଉଦ୍ୟମବେଳେ ପୁଲିସ ଅପରାଧି ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ଆହତ ହୋଇଛି। ଦୁର୍ଦ୍ଦାନ୍ତ ଅଭ୍ୟାସଗତ ଅପରାଧିମାନଙ୍କ ବିରୋଧରେ ନିୟମିତ ଅଭିଯାନ ଜାରି ରହିଛି ବୋଲି ଆଇଜି ଶ୍ରୀ ଲାଲ କହିଛନ୍ତି ବିଗତ ଦେଢ଼ ମାସ ମଧ୍ୟରେ ସମ୍ବଲପୁର ପୁଲିସ ପକ୍ଷରୁ ୩ଟି ଏନକାଉଣ୍ଟର ହୋଇଛି।

Leave a Reply

Your email address will not be published. Required fields are marked *