କେନ୍ଦ୍ରାପଡ଼ା, ୦୭/୦୭/୨୦୨୬ (ଓଡ଼ିଶା ସମାଚାର)-ଷଣ୍ଢ ଆକ୍ରମଣରେ କେନ୍ଦ୍ରାପଡା ସହରସ୍ଥ ତଳବାରଙ୍ଗ ଗ୍ରାମର ଇଂ ନିର୍ମଳ ଚନ୍ଦ୍ର ଦାସ(୪୮)ଙ୍କ ମୃତୁ୍ୟ ହୋଇଯାଇଛି । ସରକାରୀ ବାସଗୃହକୁ ସାଇକଲରେ ଆସୁଥିବା ବେଳେ ଏକ ଷଣ୍ଢ ତାଙ୍କୁ ଶିଙ୍ଗରେ ଟେକି ଫୋପାଡି ଦେଇଥିଲା । ଇଂ ନିର୍ମଳଙ୍କ ପଛପଟ ମୁଣ୍ଡ ଫାଟି ଯାଇଥିଲା । ସଜ୍ଞାହୀନ ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ତାଙ୍କ ମର ଶରୀରକୁ ଏସସିବିରେ ଶବ ବ୍ୟବଚ୍ଛେଦ କରାଯାଇ ଆଜି କେନ୍ଦ୍ରାପଡ଼ା ବାସଭବନକୁ ଅଣାଯାଇଥିଲା । ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନ୍ଜୀବୀ ଧରଣୀଧର ନାୟକ, ପରେଶ ଦାସ, ଆଇନଜୀବୀ ପ୍ରଦୀପ ଦାସ, ପାରାଦ୍ୱୀପ ବନ୍ଦରର ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ପ୍ରମୁଖ ଶେଷ ଦର୍ଶନ କରିଥିଲେ । ଆଜି ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ବେଳେ ଜ୍ୟେଷ୍ଠା କନ୍ୟା ମୁଖାଗ୍ନୀ ଦେଇଥିଲେ ।
