ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ

ନିରାକାରପୁର, ୧୪/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡ ପୁର ରେଳ ଷ୍ଟେସନ ନିକଟରେ ଆଜି ଜଣେ ଯୁବକ ଟ୍ରେନ ରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି।  ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ମୃତ ଯୁବକଙ୍କ ବୟସ ୩୦ ବର୍ଷ  ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ନିରାକାର ପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ  ମୃତ ଯୁବକର ଶବକୁ ତାଙ୍କ ପରିବାର ଲୋକେ ନେଇ ପଳାଇଥିବା ଜାଣିବାକୁ ପାଇଥିଲେ। ଘଟଣାରୁ ଜଣାପଡିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଭୂଷଣ୍ଡ ପୁର ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ଜଣକ ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ରେ ଭୁବନେଶ୍ୱର ରୁ ବାଲୁଗାଁ ଅଭିମୁଖେ ଆସୁଥିଲେ। ଅକସ୍ମାତ ଭୂଷଣ୍ଡପୁର ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ ରୁ ଖସିପଡି ପ୍ରାଣ ହରାଇଥିଲେ।

Leave a Reply

Your email address will not be published. Required fields are marked *