ସାଲେପୁର,୧୦/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ବେଆଇନ ବାଣ ତିଆରି କରୁଥିବା ଘରେ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ , ସୁତୁଲି ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି ।
ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ଏଲମାପୁର ଗ୍ରାମରୁ। କୌଣସି ସୂତ୍ରରୁ ଖବରପାଇ ସାଲେପୁର ଆଦର୍ଶ ଥାନା ପୋଲିସ ଏଲମାପୁର ଗ୍ରାମର ଜାନକୀବଲ୍ଲଭ ବେହେରା ଙ୍କ ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି।
ବିନା ଲାଇସେନ୍ସରେ ସେ ସବୁ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଗଡମା, ସୁତୁଲି ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିବା ସହ ସମ୍ପୃକ୍ତ ବାଣ କାରିଗର ଜାନକୀବଲ୍ଲଭ ବେହେରାଙ୍କୁ ସାଲେପୁର ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ସାଲେପୁର ଥାନା ପୋଲିସ ସୂଚନା ଦେଇଛି। ଜବତ ବାଣର ତିଆରି ସାମଗ୍ରୀ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।