କେନ୍ଦ୍ରାପଡ଼ା, ୨୧/୦୬/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଉପକଣ୍ଠସ୍ଥିତ କପାଲେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ୟୁବା ଭାରତ କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା ଯୋଗ ଦେଇ ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।
ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଡ. କାଳୀ ପ୍ରସନ୍ନ ଶତପଥୀ, ଅଧ୍ୟାପକ ଡ. ସୁରେନ୍ଦ୍ର ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ପ୍ରଧାନ, ଅଭିମନ୍ୟୁ ଗୋଛାୟତ,ସ୍ୱାମୀ ରାମଶରଣା ନନ୍ଦ ସରସ୍ୱତୀ ଓ ସମାଜସେବୀ ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଯୋଗଗୁରୁ କୈଳାଶ ରାଉତ ଯୋଗଦେଇ ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଆସନ ଶିଖାଇଥିଲେ । ପରେ ପରେ ପିଲାମାନଙ୍କ ମଧ୍ୟରେ ଯୋଗ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ମାଇଁ ଭାରତ ଯୁବା ଭାରତର କର୍ମକର୍ତା ଲକ୍ଷ୍ମୀକାନ୍ତ ଜେନା ଓ ଆଶ୍ରମର ଅନ୍ତେବାସୀ ବ୍ରହ୍ମଚାରୀ ନୃସିଂହ ନାଥ ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଜଗନ କୁମାର ଦାସ, ଜସ୍ମିନ୍ ଭୂୟାଁ, ଗଙ୍ଗାରାଣୀ ପରିଡ଼ା, କୈବଲ୍ୟ ବେହେରା, ରାଜା ମଳିକ, ଅଙ୍କିତା ମିଶ୍ର, ଜ୍ୟୋତିରେଖା ସାହୁ ପ୍ରମୁଖ ସହଯୋଗ କରିଥିଲେ ।
