ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଜରଙ୍ଗୀ ଏଫସି ଘାଟିକିଆ  ସେମି ଫାଇନାଲରେ

ନିମାପଡା,୦୧/୦୨/୨୦୨୫ (ଓଡ଼ିଶା ସମାଚାର)- ନିମାପଡା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧୦ମ ରାଜ୍ୟସ୍ତରୀୟ ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାରବାଟି ମିନି ଷ୍ଟାଡିଅମରେ ଶୁକ୍ରବାର  ଅପରାହ୍ନ ୩ ଘଟିକା ସମୟରେ ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗୀ ଏଫସି ଘାଟିକିଆ ଭୁବନେଶ୍ୱର ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭେର୍ସିଟି ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସିଭି ରମଣ ଗ୍ଲୋବାଲ ୟୁନିଭେର୍ସିଟିକୁ ୦ – ୨ ଗୋଲରେ ହରାଇ ବଜରଙ୍ଗୀ ଏଫସି ଘାଟିକିଆ  ସେମିଫାଇନାଲରେ ପ୍ରବେଶ କରିଛି ।  ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ  ବଜରଙ୍ଗୀ ଏଫସି ଘାଟିକିଆ ଖେଳାଳି ଚନ୍ଦନ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଅତିଥି ଭାବେ କ୍ରୀଡ଼ାବିତ ମଧୁସୂଦନ ସାହୁ ,କ୍ରୀଡ଼ାବିତ ଜିତେଶ କାନୁ, ବିନୋଦ ବିହାରୀ ସ୍ୱାଇଁ,ବିରେନ ବରାଳ ଓ ପବିତ୍ର ବରାଳ ଅତିଥି ଭାବେ ଯୋଗଦେଇଥିଲେ ।

 ଖେଳ ପରିଚାଳନା କରିଥିଲେ ରେଫରୀ ଦୈତାରୀ କରୁଆ , ସହଯୋଗ କରିଥିଲେ ସୁଦୀପ୍ତ ଦାଶ,ଓ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ୪ର୍ଥ ରେଫରି ଥିଲେ ସମରବରାଳ ।

Leave a Reply

Your email address will not be published. Required fields are marked *