ଭୁବନ,୨୯/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ସହର ଉପକଣ୍ଠସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଭୁବନ ଅଗ୍ନିଶମ କେନ୍ଦ୍ରର ଆଗ୍ନିକ ରାଜ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ” କ୍ରୀଡାର ଉପଯୋଗୀତା ଓ ଭାଇଚାରା ମନୋଭାବ” ସମ୍ପର୍କରେ ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପର୍ଯ୍ୟାୟ ପ୍ରମୁଖ ଦିନେଶ କୁମାର ବୈଶାକ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଜଗବନ୍ଧୁ ବିହାରୀ ଙ୍କ ଉପସ୍ଥିତିରେ କ୍ରୀଡା ପ୍ରମୁଖ ପରମାନନ୍ଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁ ଓ ବାଲ୍ ବର୍ଗର ସମୁଦାୟ ୨୭୩ ଜଣ ଶିଶୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୂମା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।