ଭୁବନ ୨୧/୦୬/୨୦୨୬ (ଓଡ଼ିଶା ସମାଚାର)- ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ଅନୁଷ୍ଠିତ ଯୋଗ ଦିବସରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଶରୀର,ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ଆଜିକାଲି ଘରେ ଘରେ ଉଚ୍ଚ ରକ୍ତଚାପ, ବହୁମୂତ୍ର ରୋଗ ଦେଖିବାକୁ ମିଳୁଛି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ହାରାହାରି ଅଧ ଘଣ୍ଟା ଯୋଗ କଲେ ଏହି ଭୟାବହ ରୋଗରୁ ରକ୍ଷା ପାଇପାରିବେ ବୋଲି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର କହିଥିଲେ । ଯୋଗ ଶିକ୍ଷକ ଜଗବନ୍ଧୁ ବିହାରୀ ଯୋଗ ଶିକ୍ଷା ଦେଇଥିଲେ । ଏହି ଯୋଗ ଦିବସ ରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଭାଇ , ଭଉଣୀ ମାନେ ଯୋଗ ଦେଇଥିଲେ ।
