ଥୋରିଆପଡା ଗ୍ରୀନଷ୍ଟାର କ୍ଲଵର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଆୟୋଜକ ଗ୍ରୀନଷ୍ଟାର ଚମ୍ପିୟାନ

କଟକ ସଦର , ୧୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ର ଅଗ୍ରଣୀ ଗ୍ରୀନଷ୍ଟାର କ୍ଲଵ ପକ୍ଷରୁ ଆୟୋଜିତ ୩୭ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଆଜି ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଵୈୟାଳିସମୈ।ଜା ଚାନ୍ଦୁଲି ଲକ୍ଷ୍ମୀନାରାୟଣ କ୍ଲବ କୁ ହରାଇ ଆୟୋଜକ ଥୋରିଆପଡା ଗ୍ରୀନଷ୍ଟାର କ୍ଲଵ ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଅବସରରେ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ଜେନା,ଯୁବ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ସମିତି ସଭ୍ୟା କୁନି ଭୋଇ, ସମାଜସେବୀ ଅଭୟ ସାହୁ ପ୍ରମୁଖ ଯୋଗ ବିଜେତା ଟିମ୍ କୁ ୯ ହଜାର ଅର୍ଥ ରାଶି ସହିତ ଟ୍ରଫି ଓ ଉପ ବିଜେତା ଟିମ୍ କୁ ୭ ହଜାର ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଅଫସର ଅଲ୍ଲୀ, ମହମ୍ମଦ ଲିୟାକତ ଅଲ୍ଲୀ, ସମାଜସେବୀ ସକିଲ ଅହମ୍ମଦ, ମହମ୍ମଦ ରଇଵର,ସରାଫତ ଅଲ୍ଲୀ, ଆକବର ମିର୍ଜା, ପ୍ରମୋଦ ସାହୁ,ସିରାଜ ବେଗ, ମିର୍ଜା ସକଲେନ, ମହମ୍ମଦ ହଵିଵ୍,ସେଖ୍ ଗୟାସ,ଆରିଫ ଖାଁ, ମହମ୍ମଦ ଗୁଫରାନ,ସାହାନାଜ ଅଫସର ପ୍ରମୁଖ ସହାୟତା କରିଥିଲେ।

ସୂଚନାଯୋଗ୍ୟ ଯେ ଆୟତପୁର କ୍ରିଡ଼ା ସଂସଦ ଆନୁକୁଲ୍ୟରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଅତିଥି ଭାବେ ଯୋଗ ନଦେଇ ଆୟତପୁର ସରପଂଚ ରାକେଶ ବେହେରା ଏଠାରେ ଯୋଗ ଦେଇଥିବା ଜଣାପଡିଛି।

 

Leave a Reply

Your email address will not be published. Required fields are marked *