ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଲକ୍ଷ୍ମୀପୁର ୨୧/୦୬/୨୦୨୬ (ଓଡିଶା ସମାଚାର /ପ୍ରମୋଦ ଜେନା)-ଲକ୍ଷ୍ମୀପୁର ବ୍ଲକ୍ ର ବିଭିନ୍ନ ଅନୁଷ୍ଠାନ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି।ବ୍ଲକ୍ କାର୍ଯ୍ୟାଳୟ ତରଫରୁ ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ପରିସରରେ ଆଜି ଦ୍ୱାଦଶ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏଥିରେ ନବ ଘନ ରାଉତ, ଦେବାନନ୍ଦ ଚଣ୍ଡୀ ଓ ଆଶ୍ରିବାଦ ନାୟକ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗାସନ ବିଷୟରେ ବିସ୍ତୃତ ବର୍ଣନା କରି ଉପସ୍ଥିତ ଛାତ୍ରଛାତ୍ରୀ,ତଥା ଅନ୍ୟ ମାନଙ୍କୁ ସୂର୍ଯ୍ୟ ନମସ୍କାର,ତ୍ରିକୋଣାସନ,ଚକ୍ରାସନ,ଭୁଜଙ୍ଗାସନ,ମଣ୍ଡୁକାସନ, ବଜ୍ରାସନ,ଅଣ୍ଟା ସଞ୍ଚାଳନ, ଆଣ୍ଠୁ ସଞ୍ଚାଳନ, ତାଡ଼ାସନ, ବୃକ୍ଷାସନ, ପାଦ ହସ୍ତାସନ ଆଦି ପ୍ରଶିକ୍ଷଣ ଦେଇଥିଲେ।

ଏଇ କ୍ଷେତ୍ରରେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଓ ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା, ଏବିଡ଼ିଓ ସ୍ମୃତି ରଞ୍ଜନ ନାୟକ, ସାଙ୍ଗାନ୍ନା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ଆଇଟିଆଇ କଲେଜ ଅଧ୍ୟକ୍ଷ ମାନ ଗୋବିନ୍ଦ ବାଗ, ଦୁଇଟି ଶିକ୍ଷାନୁଷ୍ଠାନ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମଚାରି ମାନେ ଯୋଗ ଦେଇଥିଲେ।ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଓଡିଶା ଜୀବିକା ମିଶନ ସଂଯୋଜକ ପ୍ରକାଶ ସେଠୀ ଓ ବ୍ଲକ୍ ରିସୋର୍ସ ପର୍ସନ ଦାମୋଦର କାନ୍ଦପାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ଆରତି ପ୍ରିୟଦର୍ଶିନୀ ସାହୁ ଓ ଆଚାର୍ଯ୍ୟ ଗୋପୀନାଥ ମହାପାତ୍ର ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାରର ଆସନ, ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରାଇଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ମାଉସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ସ୍ଥାନୀୟ ମହା ବିଦ୍ୟାଳୟ ଠାରେ ମଧ୍ୟ ଯୋଗ ଦିବସ ପାଳନ ହୋଇଥିଲା।ଅଧ୍ୟକ୍ଷ ବିଜୁ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୋଗ ଶିବିରରେ ପ୍ରଶିକ୍ଷକ ଡ.ଦେବେଶ କୁମାର ବେହେରା ଯୋଗ ଦେଇ ପ୍ରାଣାୟମ, ଧ୍ୟାନ, ଓ ଯୋଗ ବିଷୟରେ ଆଲୋଚନା କରିବା ସହିତ ଯୋଗ ଶିକ୍ଷା ଦେଇଥିଲେ ଏବଂ ଏହାର ଉପକାରିତା ବିଷୟରେ ମଧ୍ୟ ଆଲୋଚନା କରିଥଲେ। ଏହି ଯୋଗ ଶିବିରରେ ମହାବିଦ୍ୟାଲୟ ର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମଟିକୁ ଜାତୀୟ ସେବା ଯୋଜନା ଅଧିକାରୀ ଦୁର୍ଯ୍ୟୋଧନ ସାହୁ ପରିଚାଳନା କରିଥବା ବେଳେ ମହାବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *