ମାଣିକ ଫାଉଣ୍ଡେସନ ର ଏକ ଦିବସୀୟ ମହିଳା କ୍ରିକେଟ ମ୍ୟାଚ୍

ରାଉରକେଲା, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- ସେକ୍ଟର ୨୦ସ୍ଥିତ ରାଇଜିଙ୍ଗ୍ ପଡ଼ିଆରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ ତରଫରୁ ବିଶ୍ବ ମହିଳା ଦିବସ ଉପଲକ୍ଷେ ଏକ ଦିବସୀୟ ମହିଳା କ୍ରିକେଟ ମ୍ୟାଚ୍ ଆୟୋଜନ କରିଥିଲା। ଅନୁଷ୍ଠାନର ସଭାପତି କାମିନୀ ମହନ୍ତ ଙ୍କ ସଭାପତିତ୍ବ, ସମ୍ପାଦିକା ସୁମତୀ ନାୟକ ଙ୍କ ଆବାହକତ୍ଵ ଓ ଯଶୋବନ୍ତ ମହାନ୍ତି, ଅମ୍ବିକା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟି ର ପ୍ରଫେସର ଦିଲ୍ଲିପ କୁମାର ବିଶୋଇ, ସମ୍ମାନିତ ଅତିଥି ଭାବେ ଡ ଲଲାଟେନ୍ଦୁ ଆଚାର୍ଯ୍ୟ, ସୁଧୀର ସୁନ୍ଦରରାୟ, କୁଞ୍ଜବିହାରୀ ରାଉତ, ଗୈାତମ ବାଡା, ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କ୍ରିକେଟ ମ୍ୟାଚ୍ ରେ ମାଣିକ ଫାଉଣ୍ଡେସନ,ହିମାନ୍ୟୂଟି ଫାଉଣ୍ଡେସନ,ଯୋଗଶକ୍ତି କ ଓ ଯୋଗଶକ୍ତି ଖ ଯୋଗଦେଇ ଥିଲେ। ଫାଇନାଲ ମ୍ୟାଚରେ ମାଣିକ ଫାଉଣ୍ଡେସନ ଯୋଗଶକ୍ତି କ ଟିମକୁ ହରାଇ ଚମ୍ପିୟାନ ଟ୍ରଫି ହାସଲ ଓ ଯୋଗଶକ୍ତି କ ଟିମକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ ସସ୍ମିତା ପ୍ରଧାନ, ପ୍ରମୋଦ ଜଗଦ୍ଦେବ, ଇନ୍ଦ୍ରାବଳୀ ମିସ୍ତ୍ରୀ, ରମାକାନ୍ତ ରଥ, ମୀନତି ବିଶ୍ବାଳ, ଝୁନୁ ନାୟକ, ଗୀତାଞ୍ଜଳି ଆଚାର୍ଯ୍ୟ, ବନ୍ଦିତା ମହନ୍ତ, ଗୈାରୀ କୁମ୍ଭାର, ଗାୟତ୍ରୀ ରାଉତ, ପ୍ରତିମା ରାଉତ, ଇନ୍ଦିରା ନାୟକ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ କାର୍ତ୍ତିକ ରାଉତ, ସୁଶ୍ରୀ ସଂଗୀତା ମିଶ୍ର, ଗାୟତ୍ରୀ ମହାନ୍ତି, ସନ୍ଧ୍ୟା ରାଣୀ ସ୍ବାଇଁ, ପୁଷ୍ପାଞ୍ଜଳି ଦାସ, ପୁଷ୍ପାଞ୍ଜଳି ମିଶ୍ର,ଅମୀୟଲତା ସାହୁ, ମମତା ନାୟକ, ନିବେଦିତା ସାହୁ, ସରିତା ପଲେଇ, କବିତା ବିଶୋଇ, ଶୋଭା ମହନ୍ତ, ଶାଶ୍ବତୀ ରାୟ, ସରୋଜିନୀ ବିଶ୍ବାଳ, ମନସ୍ବିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଓ ସଭାପତି ଶ୍ରୀମତୀ ମହନ୍ତ କାର୍ଯ୍ୟକ୍ରମ ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *