କଟକ ସଦର , ୨୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବାରବାଟି ଷ୍ଟାଡିୟମକୁ ବିଶ୍ୱସ୍ତରୀୟ କ୍ରିକେଟ ଫିଲ୍ମର ମାନ୍ୟତା ପାଇଁ ୫-ଟି ଉପକ୍ରମ ରେ ୬ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ୩ ବର୍ଷରେ ଶେଷ ହେଵାକୁ ଥିବା ଷ୍ଟାଡିୟମର ରୁପାନ୍ତରଣ ଶିଳାନ୍ୟାସ ଆଜି ମଙ୍ଗଳବାର ସଂଧ୍ୟାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସଭାପତି ଵିଧାୟକ ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରାଙ୍କ ନେତୃତ୍ବରେ ଆୟୋଜିତ ସମାବେଶରେ ବିଶିଷ୍ଟ କ୍ରିକେଟର ଇରଫାନ ପଠାନ୍, ଦିନେଶ ମୋଙ୍ଗିଆ, ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂ ଧୁମାଲ, କ୍ରିଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ବହୁ କ୍ରିଡ଼ାଵିତ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ା ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଧିତ କରାଯାଇଥିଲା ଵେଳେ ଷ୍ଟାଡିୟମ ଭିତରେ ରାତି ୯ ଟା ପର୍ଯ୍ୟନ୍ତ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ଜଣାପଡିଛି ।
ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ ଶିଳାନ୍ୟାସ କଲେ କଟକ ବାରବାଟି ଷ୍ଟାଡିୟମର ନବକଳେବର କାର୍ଯ୍ୟ
