ଅନ୍ତର୍ଜାତୀୟ ଯୋଗ ଦିବସ

 ଭୁବନ, ୨୧/୦୬/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ଦେବା ସହ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଓ ଟାଟାଷ୍ଟିଲ ଫାଉଣ୍ଡେସନର ଶିକ୍ଷାକର୍ମୀ କୁନ୍ତଳା ଦେହୁରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *