ସମାଜସେଵୀ କାହ୍ନୁ ସାମଲଙ୍କ ୮୦ତମ ଜନ୍ମ ଜୟନ୍ତୀ ଉତ୍ସବ

ପଟ୍ଟାମୁଣ୍ଡାଇ ୧୮/୦୬/୨୦୨୬ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲ (କାହ୍ନୁ  )ଙ୍କ ୮୦ତମ ଜନ୍ମ ଜୟନ୍ତୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ସରୋଜିନୀ ସାମଲ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ସାମ୍ବାଦିକ ଚିତ୍ତ ରଂଜନ ମଲ୍ଲିକ ସଂଯୋଜନା କରିଥିଲେ ।

ଏଥିରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପାଟଶାଣୀ,ପୂର୍ବତନମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ,ପୂର୍ବତନ ବିଧାୟକ ଡ଼ଃ ଅଲେଖ କୁମାର ଜେନା, ପଟ୍ଟାମୁଣ୍ଡାଇ ଏସ ଡି ପି ଓ ସୁକାନ୍ତ କୁମାର ପାତ୍ର,ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର,ମାର୍ଶାଘାଇ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ସଞ୍ଜୟ କୁମାର ଲେଙ୍କା, ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ, ବରିଷ୍ଠ ସାମ୍ବାଦିକ ତଥା ୱାର୍ଲଡ ଓଡିଶା ସୋସାଇଟି ଅଧ୍ୟକ୍ଷ କିଶୋର ଦ୍ବିବେଦି, ହେଲ୍ପ ପ୍ରତିଷ୍ଠାତା ମନସ୍ମିତା ଜେନା ନାୟକ, ଗିରି ଧାରୀ ନାୟକ, ଜ୍ୟୋସ୍ନାରାଣୀ ଜେନା,ଯୁବନେତା ମିଟୁ ମନୋଜ ନାୟକ, ବରିଷ୍ଠ କାଉନସିଲର ମଳୟ ଓଝା, ପ୍ରାକ୍ତନ ସରପଞ୍ଚ ବିଜୟାନନ୍ଦ ପରିଡା, ବିପିନ ବିହାରୀ ପରିଡା, କ୍ଷମାନିଧି ସାମଲ, ଅଶୋକ କୁମାର ପ୍ରଧାନ,ଶିକ୍ଷାବିତ୍ ଗୋକୁଲ ଚନ୍ଦ୍ର ରାଉତ, ସୁରେଶ ଚନ୍ଦ୍ର ଜେନା, କବି ସଚ୍ଚିତ୍ର କୁମାର ବେହୁରା, ଗାଳ୍ପିକ ପ୍ରଦୀପ ନାୟକ ଶିକ୍ଷାବିତ ପାର୍ଥସାରଥୀ ଦାଶ ପ୍ରମୁଖ ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗ ଦେଇ ସମାଜସେବୀ ବରାହ ଚରଣ ସାମଲ (କାହ୍ନୁ ) ବାବୁ ପଟ୍ଟାମୁଣ୍ଡାଇ ଆଳି ରାଜନଗର ଅଂଚଳରେ ଦୀର୍ଘ ଛଅ ଦଶନ୍ଧି ଧରି ବିଭିନ୍ନ ବିଭିନ୍ନ ସାମାଜିକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ସହ ଅଂଚଳ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖି ଥିବାରୁ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଭୂୟସୀ ପ୍ରଶଂସା କରିବା ସହିତ ଉତ୍ତରୀୟ, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

ଏହି ଜୟନ୍ତୀ ସଭା ରେ  କାହ୍ନୁ ବାବୁଙ୍କ ବଡ଼ ଭାଇ ସମାଜସେବୀ ନନ୍ଦ କିଶୋର ରାଉତ,ସାନ ଭାଇ ନୂଆଦିଲ୍ଲୀ ଶ୍ରୀ ଅଭିରାମ ସାଂସ୍କୃତିକ ପରିଷଦ ପ୍ରତିଷ୍ଠାତା ସମ୍ପାଦକ ଜୟରାମ ସାମଲ ଓ ସାନ ଭାଇ ବରିଷ୍ଠ ବିଜେପି ନେତା ଅଭିରାମ ସାମଲ ମଞ୍ଚାସୀନ ଥିଲେ। ଏହି ଅବସର ରେ ସରୋଜିନୀ ସାମଲ ସ୍ମୃତି ସଂସଦ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଶିଷ୍ଟ ପରିବେଶବିତ୍ ବିଜୟ କବି, ଏମଵିଏ ଓଡିଶା ଟପର ତ୍ରିବିକ୍ରମ ପ୍ରଧାନ, ଲୋକପ୍ରିୟ ଚିକିତ୍ସକ ଇନ୍ଦ୍ରଭାନୁ ପ୍ରଧାନ,ଉଷୁ ପ୍ରତିଯୋଗୀ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ଟ୍ରୁପ ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ସମଗ୍ର ପରିବେଶକୁ ଉତ୍ସଵ ମୁଖର କରିଥିଲା।ଏହି ଅନନ୍ୟ କାର୍ୟ୍ୟକ୍ରମକୁ ସୁବ୍ରତ ସାମଲ ଯୁବସମାଜସେବୀ ସଂଗ୍ରାମ ସାମଲ ଆଡଭୋକେଟ କ୍ଷୀରୋଦ ପ୍ରଧାନ ପ୍ରଭାତ ସାହୁ,ସମୀର ପ୍ରଧାନ ,ବିଭୁ ପ୍ରସାଦ ସାହୁ,ଶ୍ରୀକାନ୍ତ ବେହେରା ସତ୍ୟବ୍ରତ ସାମଲ, ସୁଧାଂଶୁ ସାମଲ ଅକ୍ଷୟ ଦାସ, ଜ୍ୟୋତିରଞ୍ଜନ ସାମଲ ବୁଲୁ ସାହୁ,ଶର୍ମିଷ୍ଠା ନାୟକ, ସନତ ସାମଲ, ସୁସମତ ସାମଲ ପ୍ରମୁଖ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *