ଚିତ୍ରୋତ୍ପଳା ମହୋତ୍ସବ ଫେବୃଆରୀ ମାସ ୯ ତାରିଖରେ – ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗରଦପୁର, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ଠାରେ ଚିତ୍ରୋତ୍ପଳା ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସ୍ଥାନୀୟ ବିଶ୍ୱେଶର ମହାଦେବ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହୋତ୍ସବ ପରିଚାଳନାକମିଟିର ସଭାପତି ସୁରେନ୍ଦ୍ର କୁମାର ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଚଳିତ ବର୍ଷ ଆସନ୍ତା ଫେବୃଆରୀ ମାସ ୯ ତାରିଖରେ ମହୋତ୍ସବ ଆରମ୍ଭ ହୋଇ ୧୫ ତାରିଖରେ ଉଦଯାପିତ ହେବ ବୋଲି ସ୍ଥିର ହୋଇଛି । ୭ ଦିନ ବ୍ୟାପି ହେବାକୁ ଥିବା ମହୋତ୍ସବରେ ବିଭିନ୍ନ ପାରମ୍ପାରିକ ନୃତ୍ୟ ସହ ସଂସ୍କୃତିକୁ ଉଦ୍ଜୀବିତ ରଖିବା ପାଇଁ ବିଭିନ୍ନ ଲୋକକଳା ପରିବେଷଣ କରାଯିବ । ଏଥିସହ ଅପେରା ମଧ୍ୟ ପରିବେଷଣ କରାଯିବ । ଏହାଛଡ଼ା ପ୍ରଶାସନିକ କ୍ଷେତ୍ରରେ ମହୋତ୍ସବ କୁ ସହଯୋଗ କିପରି ମିଳିବ , ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ଉପ ସଭାପତି ଶିବ ପ୍ରସାଦ ପଣ୍ଡା, ମୁଖ୍ୟ ଉପଦେଷ୍ଟା ଫକୀର ଚରଣ ଘଡ଼େଇ, ନୀହାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଜିତ କୁମାର ପଣ୍ଡା, ଉମାକାନ୍ତ ଓଝା, ରାଜେନ୍ଦ୍ର କୁମାର ସ୍ୱାଇଁ, ପ୍ରମୋଦ କୁମାର ପତି , ସାମ୍ବାଦିକ ନବଘନ ନାୟକ, ଧିରେନ୍ କୁମାର ମିଶ୍ର , ସୁବାସ ସାମଲ , ଅଭୟ କୁମାର ଦାଶ, ରବିନ୍ଦ୍ର ରଥ, ରାଜକିଶୋର ସ୍ୱାଇଁ, ଗଣେଶ ଦାସ , ଶୁଭମ୍ ପାଣି , ହେମନ୍ତ ସ୍ୱାଇଁ, ଗୌରାଙ୍ଗ ସାହୁ , ପ୍ରଦ୍ୟୁମ୍ନ ମିଶ୍ର , ନିରାଜ ପାଣି ପ୍ରମୁଖ ନିଜ ନିଜର ପରାମର୍ଶ ଦେଇଥିବାବେଳେ ଗରଦପୁର ବ୍ଲକ୍ ଅଂଚଳର ବହୁ ଶିକ୍ଷାବିତ୍ , ବୁଦ୍ଧିଜୀବି , ସାମାଜୀକ କର୍ମୀ , ସିଭିଲ ସୋସାଇଟି ର କର୍ମକର୍ତାଙ୍କ ସମେତ ବିଭିନ୍ନ ସାମାଜୀକ ଅନୁଷ୍ଠାନର ସଭ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳନା କମିଟି ସମ୍ପାଦକ ପ୍ରତାପ କୁମାର ପ୍ରଧାନ ବୈଠକ ପରିଚାଳନା କରିଥିବାବେଳେ ଗୌରାଙ୍ଗ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *