ଗଛରେ ପିଟି ହୋଇ ରାସ୍ତାକଡକୁ ଖସିଲା କାର

କେନ୍ଦ୍ରାପଡ଼ା, ୦୫/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଗଣ୍ଡାକିଆ ମୁଖ୍ୟ ରାସ୍ତାର ସାରଙ୍ଗ ନିକଟରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଗୋଟିଏ କାର (ନଂ ଓଡି.୦୨ ଏ.ଏଲ. ୬୦୩୪) ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତାକଡକୁ ଖସିପଡିଥିବା ଦେଖିବାକୁ ମିଳିଛି । କାରଟି ଦ୍ରୁତ ଗତିରେ କେନ୍ଦ୍ରାପଡା ସହର ପାଶ୍ୱର୍ରୁ ଗଣ୍ଡାକିଆ ଆଡକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । କାରଚାଳକ ଏବଂ କାରରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ବଡବିପଦରୁ ବର୍ତିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଆହତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ।

Leave a Reply

Your email address will not be published. Required fields are marked *