ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରୁ ବାଦ୍ ପଡ଼ିଲା କିଶନନଗର,ତେଲଦିଆ ଓ ବରାଳ ସ୍କୁଲ, ଜନ ଅସନ୍ତୋଷ  

କଟକ ସଦର,୦୫/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା କାଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲରେ ରାଜ୍ୟରେ ହେବାକୁ ଯାଉଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ କଟକ ସଦର ବ୍ଲକର ଵେଣ୍ଟକାର ଉଚ୍ଚ ବିଦ୍ୟାଳୟ, ଫକିରପଡା ବରୁଣେଇ ବିଦ୍ୟାପୀଠ, ଆୟତପୁର ଉଚ୍ଚ ବିଦ୍ୟାଳୟ, ଯଶପଡା କେଳି କଦମ୍ବ ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ ରହିଥିବା ଜଣାପଡିଛି।

ଏହି ଚାରୋଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଵୈୟାଳିସ ମୌଜା ଵେଣ୍ଟକାର ଠାରେ ହେବାକୁ ଥିବାବେଳେ ଏଥିରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସମେତ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିବେ। ହେଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଏହି ଚାରୋଟି ବିଦ୍ୟାଳୟ ସହ କିଶନନଗର ଚିନ୍ତାମଣି ବିଦ୍ୟାପୀଠ,ତେଲଦିଆ ଉଚ୍ଚ ବିଦ୍ୟାଳୟ ଓ ବରାଳ ବାଲୁଙ୍କେଶ୍ୱର ବିଦ୍ୟାପୀଠର ଭିତିଭୂମି ତଦାରଖ କରିଥିଲେ ହେଁ ଏହି ତିନୋଟି ବିଦ୍ୟାଳୟ ଏହି ଯୋଜନାରୁ ବାଦ୍ ପଡ଼ିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଅଭିଭାବକ ଓ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *