କିଶନନଗର ପଞ୍ଚାୟତ: ଲେଙ୍କା ସାହିରୁ ବଡ଼ ପୋଖରୀ ରାସ୍ତା ମରଣଯନ୍ତା, ଲୋକେ ହିନସ୍ତା 

କଟକ ସଦର,୧୮/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ପ୍ରମୁଖ କିଶନନଗର ପଞ୍ଚାୟତର ସାମନ୍ତରାପୁର ୧୩ ନମ୍ବର ୱ।ର୍ଡ ଲେଙ୍କା ସାହିରୁ ବଡ଼ ପୋଖରୀ ରାସ୍ତା ମରଣଯନ୍ତା ପାଲଟିଛି। ଯାହା ଫଳରେ ଲୋକମାନେ ପ୍ରତିଦିନ ଏହି ମାଟି କାଦୁଅ ରାସ୍ତାରେ ନାହିଁ ନଥିବା ହିନସ୍ତା ଭୋଗୁଥିବା ଅଭିଯୋଗ ହେଉଛି।

ଗ୍ରାମାଞ୍ଚଳ ରାସ୍ତା ଘାଟର ଉନ୍ନତିକରଣ ପାଇଁ ସରକାର ଡିଣ୍ଡିମ ପିଟୁ ଥିବା ବେଳେ ଦୀପ ତଳ ଅନ୍ଧାର ଭଳି କଟକ ସଦର ବ୍ଲକରେ ତାହା ପ୍ରହସନରେ ପରିଣତ ହୋଇଛି। ରାସ୍ତାର ଉନ୍ନତିକରଣ ପାଇଁ ସମସ୍ତଙ୍କୁ ଗୁହାରି କରାଯାଉଥିବା ବେଳେ କାହାର ଯେପରି ଏଥିପ୍ରତି ଆନ୍ତରିକତା ଥିବା ପରି ମନେ ହୁଏ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *