ବିକଶିତ ଓଡ଼ିଶା : ସୁରକ୍ଷିତ ଶୈଶବ, ଶିଶୁ ଶ୍ରମମୁକ୍ତ ଓ ଶିଶୁ-ଅନୁକୂଳ ଭୁବନେଶ୍ୱର” ଉପରେ ପରାମର୍ଶ କର୍ମଶାଳା ଆୟୋଜିତ

ଶିଶୁ-ଅନୁକୂଳ ଓ ଶିଶୁ ଶ୍ରମମୁକ୍ତ ସହର ଗଠନ ପାଇଁ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ଆବଶ୍ୟକ

ଭୁବନେଶ୍ୱର,୧୮/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିଶୁ ଶ୍ରମମୁକ୍ତ ଓ ଶିଶୁ-ଅନୁକୂଳ ଭୁବନେଶ୍ୱର ଏବଂ ସହର ଗଠନ ପାଇଁ ଦୃଢ଼ ଗୋଷ୍ଠୀଭିତ୍ତିକ ଶିଶୁ ସୁରକ୍ଷା ବ୍ୟବସ୍ଥା ଗଢ଼ି ତୋଳିବା ଆବଶ୍ୟକ, ଯେଉଁଠାରେ ପରିବାର, ସମ୍ପ୍ରଦାୟ , ଅନୁଷ୍ଠାନ ଓ ସରକାରୀ ବିଭାଗମାନେ ମିଳିତ ଭାବେ ଶିଶୁମାନଙ୍କ ସୁରକ୍ଷା, ସମ୍ମାନ, ଅଂଶଗ୍ରହଣ ଏବଂ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ଉଚିତ ବୋଲି “ବିକଶିତ ଓଡ଼ିଶା: ସୁରକ୍ଷିତ ଶୈଶବ, ଶିଶୁ ଶ୍ରମମୁକ୍ତ ଓ ଶିଶୁ-ଅନୁକୂଳ ଭୁବନେଶ୍ୱର” ଶୀର୍ଷକ ପରାମର୍ଶ କର୍ମଶାଳାର ବିଶିଷ୍ଟ ବକ୍ତାମାନେ କହିଛନ୍ତି । ଭୁବନେଶ୍ଵର କୁ ଶିଶୁ ଶ୍ରମ ମୁକ୍ତ ଓ ଶିଶୁ ଅନୁକୁଳ ସହର କରିବାପାଇଁ ପ୍ରତ୍ୟେକ ୱାର୍ଡ କୁ ଶିଶୁ ସୁରକ୍ଷା ୱାର୍ଡ ଭାବେ ଗଢି ତୋଳିବା, ଶିଶୁ ଶ୍ରମିକ ମାନଙ୍କୁ ଚିହ୍ନଟିକରଣ, ୱାର୍ଡ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରିବା, ବିଦ୍ୟାଳୟ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟରେ ଶିକ୍ଷା ଦେବା, ଶିଶୁ ଶ୍ରମରୁ ଉଦ୍ଧାର ହୋଇଥିବା ଶିଶୁଙ୍କ ପାଇଁ ଶିକ୍ଷା ଓ ପୁନର୍ବାସ ର ବ୍ୟବସ୍ତା କରିବା, ସୁରକ୍ଷିତ ପାର୍କ ତଥା ଶିଶୁ ଅନୁକୂଳ ସାର୍ବଜନୀକ ସ୍ଥାନ ସୃଷ୍ଟି କରିବା ତଥା ନଗର ବ୍ୟବସ୍ତାରେ ଶିଶୁଙ୍କ ଆବଶ୍ୟକତାକୁ ସାମିଲ କରିବା ପାଇଁ ବହୁ ବକ୍ତା ଗୁରୁତ୍ଵ ଦେଇଥିଲେ ।

ଏହି ପରାମର୍ଶ କର୍ମଶାଳାକୁ ପିପୁଲସ୍  କଲଚରାଲ୍ ସେଣ୍ଟର (ପିକକ୍), ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାର ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର)ର ସହଭାଗିତା ଏବଂ ଆଡପସନସେଣ୍ଟ୍ରମ୍‌ର ସହଯୋଗରେ ଆୟୋଜନ କରାଯାଇଥିଲା।କର୍ମଶାଳାର ଉଦ୍‌ଘାଟନ ଅଧିବେଶନରେ ଓଡ଼ିଶାର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ କହିଥିଲେ ଶିଶୁ ଶ୍ରମ ନିରାକରଣ ପାଇଁ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଏବଂ ସୁସ୍ଥ ବିକାଶ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ।ଡଃ ମିନାକ୍ଷୀ ପଣ୍ଡାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଅଧିବେଶନରେ ପିକକ୍ ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇଥିଲେ ଓ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ,ପିକକ୍ ର ଗୁଡୱିଲ ଆମ୍ବାସଡର ତଥା ଶିଶୁ କଳାକାର  ତାପସ କୁମାର ଷଡ଼ଙ୍ଗୀଓ ବଋଷ୍ଟ ସାମ୍ବାଦିକ ପ୍ରଦୋଶ କୁମାର ପଟ୍ଟନାୟକ ନିଜର ମତ ରଖିଥିଲେ ।

ଉଦଯାପନୀ  ଅଧିବେଶନରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, “ପ୍ରତ୍ୟେକ ଶିଶୁର ସୁରକ୍ଷା ଓ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ମିଳିତ ପ୍ରୟାସ ଓ ଦୃଢ଼ ସମନ୍ୱୟ ମାଧ୍ୟମରେ ହିଁ ଏକ ଶିଶୁ-ଅନୁକୂଳ ଓ ଶିଶୁ ଶ୍ରମମୁକ୍ତ ଭୁବନେଶ୍ୱର ଗଠନ ସମ୍ଭବ।” ଏ କ୍ଷେତ୍ରରେ ବିଏମସି ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ ।

ପ୍ୟାନେଲ୍ ଆଲୋଚନାକୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ଶ୍ରୀମତୀ କାନ୍ତା ମହାନ୍ତି ସଭାପତିତ୍ୱ କରିଥିଲେ। ଏଥିରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ବିଭାଗରବରିଷ୍ଠ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଡଃ ପ୍ରୀତିକାନ୍ତ ପଣ୍ଡା ଏବଂ ୟୁନିସେଫ୍‌ର ପରାମର୍ଶଦାତା ଶ୍ରୀ ଘାସୀରାମ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।ବିଶେଷଜ୍ଞ ମାନେ ଶିଶୁ ଶ୍ରମମୁକ୍ତ ଓ ଶିଶୁ-ଅନୁକୂଳ ସହର ଗଠନ ପାଇଁ ବିଭିନ୍ନ କୌଶଳ ଓ ସହଯୋଗାତ୍ମକ ପଦ୍ଧତି ଉପରେ ଆଲୋଚନା କରିଥିଲେ। ବିଶେଷକରି ଶିଶୁ ଶ୍ରମ ଓ ଶିଶୁ ଅଧିକାର ଉଲ୍ଲଂଘନରପ୍ରତିରୋଧ, ସୁରକ୍ଷା, ଶିକ୍ଷାଏବଂ ଗୋଷ୍ଠୀ  ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଭୁବନେଶ୍ୱର ସ୍ମାର୍ଟ ସିଟିରେ ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ ପାଇଁ ଦୃଢ଼ ସାମୁଦାୟିକ ବ୍ୟବସ୍ଥା ଗଠନ”ଶୀର୍ଷକ ପ୍ୟାନେଲ୍ ଆଲୋଚନାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ସଭାପତିତ୍ୱ କରିଥିଲେ।ଏହି ଆଲୋଚନାରେ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ସୋନାଲୀ ପ୍ରିୟଦର୍ଶିନୀ,ପୋଲିସ ଅଧିକାରୀ ଶ୍ରୀମତୀ ବନିତା ମହାରଣା, ବିଏମସି-୨ର ସିଡିପିଓ ଶ୍ରୀମତୀ ରାଜଶ୍ରୀ ଗୋସ୍ୱାମୀ, ଭୁବନେଶ୍ୱର ବିଇଓ ଶ୍ରୀ ବ୍ରହ୍ମାନନ୍ଦ ରାଉତ, ଶିଶୁ ମଙ୍ଗଳ କମିଟି ର ଅଧକ୍ଷା ମମତା ସାହୁ ,ସିଆରଏସ୍‌ର ଶ୍ରୀ ମନୋରଞ୍ଜନ ଦାଶ,ଶିକ୍ଷାବିତ ଚିତ୍ରଲେଖା ମହାନ୍ତି ପ୍ରମୁଖ ନିଜ ନିଜର ମତ ରଖିଥିଲେ।ବକ୍ତାମାନେ ଗୋଷ୍ଠୀଭିତ୍ତିକ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଏକ ସୁରକ୍ଷିତ, ଅନ୍ତର୍ଭୁକ୍ତିମୂଳକ ଓ ଶିଶୁ-ଅନୁକୂଳ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ସହର ଗଠନ ପାଇନିଜ ମତାମତ ଓ ସୁପାରିଶ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶିଶୁ ଶ୍ରମ ମୁକ୍ତ ହୋଇଥିବା ବେଣୁପୁର ପଞ୍ଚାୟତର ସରପଞ୍ଚ ହୃଷୀକେଶ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।

ଏହି ପରାମର୍ଶ କର୍ମଶାଳାରେଇନରହୁଇଲର ପ୍ରତିଭା ନଳିନୀ ପତି,ପାରାଅଲମ୍ପିୟାନ ଲୀନା ସ୍ଵାଇଁ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ।ପିକକ୍ ର କୋଷଧକ୍ଷା ରତ୍ନା ଦାଶ  ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପିକକ୍ ର ରଶ୍ମି ରେଖା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପରାମର୍ଶ କର୍ମଶାଳାରେ ସରକାରୀ ଅଧିକାରୀ, ଶିକ୍ଷକ, କର୍ପୋରେଟର, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସରକାରୀ ଅଧିକାରୀ, ଶିକ୍ଷାବିତ୍, ଯୁବ ଏବଂ ଶିଶୁମାନଙ୍କୁ ମିଶାଇ ପ୍ରାୟ୨୦୦ ଜଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *