Breaking News : କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନ୍ କାଉଣ୍ଟର୍

କେନ୍ଦୁଝର, ୧୬/୦୬/୨୦୨୬ (ଓଡ଼ିଶା ସମାଚାର)- ସଦର ପୋଲିସର ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିବା କୁଖ୍ୟାତ ଅପରାଧୀ ପୋଲିସର ପାଲଟା ଗୁଳି ଚାଳନାରେ ଆହତ ହୋଇଛି । ଏହି ଅପରାଧୀ ଜଣକ ପ୍ରଭାତ ମଲିକ ଏବଂ ଘର ଗମ୍ଭାରିଆ ଗ୍ରାମରେ ବୋଲି ଜଣା ପଡ଼ିଛି । ତାର ଗୋଡ଼ରେ ଗୁଳି ବାଜିଛି  । ପ୍ରଭାତ ନାଁରେ ବିଭିନ୍ନ ଥାନାରେ ୪୦ ରୁ ଊର୍ଦ୍ଧ୍ୱ ଅପରାଧୀକ ମାମଲା ରହିଛି । କିଛି ଦିନ ପୂର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ଏହି ଅପରାଧୀ ସମ୍ପୃକ୍ତ ଥିବା ଜାଣି ଟାଙ୍ଗରାଣୀରୁ ତାକୁ ଗିରଫ୍ କରିଥିଲା ପୋଲିସ ।

ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା  । ବାକି ପଇସା ସଦର ଥାନା ମହୁଲ ଡିହା ଜଙ୍ଗଲରେ ରଖିଥିବା କହିଥିଲା । ଯେତେବେଳେ ପୋଲିସ ତାକୁ ମହୁଲ ଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା  । ସେ ଗାତରୁ ଟଙ୍କା ବାହାର କରିବା କୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଫାଇରିଙ୍ଗ କରିଥିଲା । ଫଳରେ ପୋଲିସ ନିଜ ସୁରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା  । ଫଳରେ ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ପରେ ତାକୁ ଉଦ୍ଧାର କରି ଧରଣୀ ଧର ମେଡିକାଲ କଲେଜରେ ଭର୍ତି କରି ଚିକିତ୍ସା କରାଯାଉଛି ।

Leave a Reply

Your email address will not be published. Required fields are marked *