ମା’ ଜାଗୁଳାଇ ରାମଲୀଳା ସମିତି  ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ । 

କଟକ,୧୭/୦୬/୨୦୨୬(ଓଡ଼ିଶା ସମାଚାର) : ମା’ ଜାଗୁଳାଇ ରାମଲୀଳା ସମିତି  ମିର୍ଜାଇପୁର ୪୨ ମୌଜ଼ା କଟକ ସଦର ପକ୍ଷରୁ ଦୁଇ ଦିନ ଧରି ପୌରାଣିକ ରାମଲୀଳା ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ରାତ୍ରି ସତ୍ୟ ରକ୍ଷାକାରୀ ଗୋଲକ ବିହାରୀ ଓ  ଦ୍ୱିତୀୟ ରାତ୍ରୀ ଦଶାନନର ଶେଷ ହସ  ବା ଜୟଯାତ୍ରା ଶୀର୍ଷକ ପୌରାଣିକ ରାମଲୀଳା ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଶିତ ହୋଇ ଖୁବ୍ ସୁନ୍ଦର ଭାବେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସମାଜସେବୀ ସନ୍ତୋଷ କୁମାର ପତି ଓ ଖ୍ୟାତି ସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ତଥା କବି ଅଶୋକ କୁମାର ପଟ୍ଟନାୟକ ଏହି ଦୁଇ ଦିନିଆ ରାମଲୀଳା କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ଦେଇଥିଲେ ।

Leave a Reply

Your email address will not be published. Required fields are marked *