କେନ୍ଦ୍ରାପଡ଼ା,୧୫/୧୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନାପୋଖରୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ ଉତ୍ସବରେ ୭ଜଣ କୁନି କୁନି ସାଧବପୁଅଙ୍କୁ ୭ଜଣ ସାଧବାଣୀ ବନ୍ଦାପନା କରି ବୋଇତଯାତ୍ରାର ଶୁଭମନାସୀ ଥିଲେ । ସାଧବପୁଅମାନେ ଏକ ସୁସଜ୍ଜିତ ବୋଇତରେ ବସି ଜଜାଙ୍ଗ ଆଦର୍ଶ ଜେନା ପୋଖରୀରେ ବୁଲି ପୁନର୍ବାର କୁଳକୁ ଫେରି ଆସିଥିଲେ । ଏହି ଅବସରରେ ସେଠାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମିତିର କର୍ମକର୍ତା ଲୋହିତ ମହାନ୍ତି, ସରୋଜକାନ୍ତ ସାହୁ ଓ ରାଜେନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱ୍ୱାବଧାନରେ ଅନୁଷ୍ଠିତ ଏହି ବୋଇତବନ୍ଦାଣ କାର୍ଯ୍ୟକ୍ରମରେ କପାଳେଶ୍ୱର ପଂଚାୟତ ସରପଂଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତଟ ରେଳପଥର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ପୂର୍ବତନ ସରପଂଚ ଗାୟତ୍ରୀ ମହାନ୍ତି, ସମିତି ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, ଅବନ୍ତୀ ବେହେରା, ଶ୍ରୀଧର ମହାନ୍ତି, କମଳାକାନ୍ତ ବେହେରା, ପ୍ରଦୀପ କୁମାର ସେଠୀ, ରଜନୀକାନ୍ତ ଦାସ, ରବୀନ୍ଦ୍ର ନାଥ ରଥ, ମୁକ୍ତାର ଖାଁ ପ୍ରମୁଖ ଶତାଧିକ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି ବୋଇତବନ୍ଦାଣ ଦେଖିବାକୁ ଆଦର୍ଶ ଜେନା ପୋଖରୀର ଚର୍ତୁପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଓ ଦର୍ଶକମାନେ ଉପସ୍ଥିତ ଥିଲେ ।