କଟକ ସଦର, ୧୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ ଗତ ସଜବାଜ ଶନିବାର ସଂଧ୍ୟାରୁ ଉଦଘାଟିତ ହୋଇଥିବା ଚାରି ଦିନିଆ ‘କଟକ ସଦର ରଜ ମହୋତ୍ସବ-୨୦୨୬’ଆଜି ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟିର ପୃଷ୍ଠପୋଷକ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ମହୋତ୍ସବର ବିଭିନ୍ନ ସଂଧ୍ୟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, କଟକ ସଦର ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି ପ୍ରତ୍ୟେକ ସଂଧ୍ୟାରେ ଓଡ଼ିଶୀର ଖ୍ୟାତନାମା କଣ୍ଠଶିଳ୍ପୀ ମେଲୋଡି କିଙ୍ଗ୍ ସ୍ଥାନୀୟ ଗତିରାଉତ ପାଟଣା ମାଟିର ପୁଅ ଗଗନ ଜେନା, ସ୍ଥାନୀୟ ରଘୁନାଥପୁର ମାଟିର ଝିଅ ବିଶିଷ୍ଟ କଣ୍ଠଶିଳ୍ପୀ, ମେଲୋଡି କୁଇନ୍ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସମେତ ଇରା ମହାନ୍ତି, ମାନସୀ ପାତ୍ର,ଅସୀମା ପଣ୍ଡା ପ୍ରମୁଖ ଙ୍କ ଗୀତରେ ଦର୍ଶକ ମାନେ ବେଶ୍ ଝୁମି ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଭାତ ସେଠୀ, କ୍ଷିରୋଦ ସେଠୀ, କ୍ଷିତେନ୍ଦ୍ର ମିତ୍ର,ତାପସ ମଣ୍ଡଳ, ସଂଜୟ ସାମଲ ପ୍ରମୁଖ ସହାୟତା କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
