ହିନ୍ଦୋଳ ୨୮/୧୨/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ସର୍ବପୁରାତନ ପଞ୍ଜିକୃତ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଯାଇଛି। ଗତ ୨୭/୧୨/୨୪ ସନ୍ଧ୍ୟାରେ ଉପଖଣ୍ଡସ୍ଥିତ ସତମାଇଲ ଡାକବଙ୍ଗଳା ଠାରେ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ସୁଶାନ୍ତ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସମସ୍ତ ସଦସ୍ୟ ଯୋଗଦେଇଥିଲେ। ସଂଘର ନିୟମାନୁଯାୟୀ ସର୍ବସମ୍ନତି କ୍ରମେ ବରିଷ୍ଠ ସାମ୍ବାଦିକ ଦୀପ୍ତିକାନ୍ତ ପ୍ରଧାନ ସଭାପତି ଓ ସୁମନ୍ତ ଦେହୁରୀ ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ ଏବଂ ପତିଆ ସାମଲ ଉପସଭାପତି, ଜଗନ୍ନାଥ ଦାସ ସହ-ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ। ସେହିପରି ରବିନାରାୟଣ ପଟ୍ଟନାୟକ ପୂର୍ବବତ୍ତ କୋଷାଧ୍ୟକ୍ଷ ଦାୟିତ୍ୱ ପାଇଁ ମନୋନୀତ ହୋଇଥିବାବେଳେ ଆଗାମୀ ଏକବର୍ଷ ଯାଏ ସମସ୍ତ ମନୋନୀତ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସଂଘ ନିୟମାନୁଯାୟୀ ରହିବ ବୋଲି ଜଣାପଡିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବ୍ରହ୍ମ।ନନ୍ଦ ପଟ୍ଟନାୟକ, ବିଶେଶ୍ୱର ସେଠି,ପ୍ରକାଶ ନାୟକ,ଦୁଷ୍ମନ୍ତ ମିଶ୍ର,ସରୋଜ ମିଶ୍ର, ପ୍ରଶାନ୍ତ ଜେନାମଣି, ସରୋଜ ଭୂତିଆ, ତପନ ପରିଡା,ସୁକୁଲି ସର,ପ୍ରତାପ ପଟ୍ଟନାୟକ, ଗୌତମ ମୁଦୁଲି, ତ୍ରିଲୋଚନ ପାଳ, କିଶୋର ପାଳ, ପ୍ରଭାତ ପୃଷ୍ଟି, ରମେଶ ସାହୁ, ସୌଭାଗ୍ୟ ସର, ପ୍ରଦ୍ୟୁମ୍ନ ବେହେରା ,ହେମନ୍ତ ସାହୁ,ଦିନେଶ ଦେହୁରୀ ପ୍ରମୁଖ ଯୋଗଦେଇଥିଲେ ।
ହିନ୍ଦୋଳ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ
