ଭୁବନେଶ୍ୱର,୧୩/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ଅବସରରେ ଜୁନ ୧୨ ତାରିଖରୁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ଚାଲିଛି ବିକାଶ ପ୍ରଦର୍ଶନୀ। ଓଡ଼ିଶା ସରକାର ଗଲା ଦୁଇ ବର୍ଷରେ କି ବିକାଶ କାର୍ୟ୍ୟ କରିଛନ୍ତି ଓ ଆଗାମୀ ଦିନରେ କଣ କରିବାକୁ ଯୋଜନା କରିଛନ୍ତି , ତାହା ଏହି ପ୍ରଦର୍ଶନୀରେ ଭିଜୁଆଲ ଓ ଡିଜିଟାଲ ମାଧ୍ୟମରେ ସୂଚନା ଦିଆଯାଉଛି। ଏହାଛଡା ପ୍ରଦର୍ଶନୀ ପଡ଼ିଆରେ ରଜ ଅବସରରେ ଓଡ଼ିଆ ପିଠା ସମେତ ବିଭିନ୍ନ ଖାଦ୍ୟର ସମ୍ଭାର ଲୋକଙ୍କୁ ଆକୃଷ୍ଟ କରୁଛି। ଖାଦ୍ୟ ବିକ୍ରି ହେଉଥିବା ଷ୍ଟଲମାନଙ୍କରେ ଓଡ଼ିଆ ପିଠା ଖୋଜି ତାହାର ଆନନ୍ଦ ନେଉଛନ୍ତି ଦର୍ଶକ। ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୧୬ ତାରିଖ ପର୍ୟ୍ୟନ୍ତ ଚଳିବ। ବେପାର ଠିକଠାକ ଚାଲିଛି ବୋଲି କିଛି ଉଦ୍ୟୋଗୀ କହିଛନ୍ତି।
ବିକାଶ ପ୍ରଦର୍ଶନୀ
