କଟକ ସଦର ,୧୨/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ସର୍ବ ପ୍ରାଚୀନ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ଜମି ଜନୈକ ମାର୍ଫତଦାର ସେବାୟତ ଚଞ୍ଚକତା ଓ ଜାଲିଆତି କରି ବିକି ଦେଇଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ଗତ କାଲି ଗୁରୁବାର ଦିନ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଆଜି ଶୁକ୍ରବାର ଦିନ ଦେବୋତ୍ତର ବିଭାଗ ପକ୍ଷରୁ ରବୀନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ଵୈୟାଳିସ ମୈ।ଜା ର କୁଳସରିଚୁଆଁ ବିକ୍ରି ହୋଇଥିବା ଠାକୁରଙ୍କ ଜମି ସ୍ଥଳକୁ ଯାଇଁ ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଲୋକ ମାନଙ୍କ ସାକ୍ଷୀ ପ୍ରମାଣ ଯୋଗାଡ଼ କରି ଫେରିଯାଇଥିବା ଜଣାପଡିଛି। ଏଥିସହିତ ମନ୍ଦିର ବେଢ଼ାରେ ଅଧାପନ୍ତରିଆ ଭାବେ ପଡି ରହିଥିବା ନିର୍ମାଣ କାର୍ଯ୍ୟ କାହିଁକି ବନ୍ଦ ରହିଛି ତାହାର ସମୀକ୍ଷା କରିବା ସହିତ ମନ୍ଦିର ସମ୍ମୁଖ ରାସ୍ତା ଅବରୋଧର ସ୍ଥିତି ପରଖିଥିଵା ଜଣାପଡିଛି।
