ପରମହଂସନାଥଙ୍କ ମନ୍ଦିର ସମ୍ମୁଖ ରାସ୍ତା ବେଆଇନ ଜବରଦଖଲ, ଉଚ୍ଛେଦ ଦାବି

କଟକ ସଦର,୧୧/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିର ସମ୍ମୁଖ ମୁଖ୍ୟ ରାସ୍ତା ଏବେ ବେଆଇନ ଜବରଦଖଲ କାରୀଙ୍କ କବଜାରେ ଥିବା ଅଭିଯୋଗ ହେଉଛି। ରାସ୍ତା କୁ ମଡାଇ ଜବରଦଖଲ କାରୀମାନେ ଦୋକାନ କରିଥିବା ଦେଖାଯାଇଛି।

ଯାହା ଫଳରେ ମନ୍ଦିରର ସୈ।ନ୍ଦର୍ଯ୍ୟ ନଷ୍ଟ ହେବା ସହିତ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶେଷ ଭାବେ ଅସୁବିଧା ପରିଲକ୍ଷିତ ହେଉଛି। ସେଥିରେ ମନ୍ଦିର ବେଢ଼ାରେ କୋଟି କୋଟି ଟଙ୍କାରେ ନିର୍ମାଣାଧୀନ କାର୍ଯ୍ୟ ସବୁ ଉକ୍ତ ରାସ୍ତା ପାଇଁ ବାଧକ ସାଜିଛି। ତୁରନ୍ତ ଜନସାଧାରଣ ଓ ଭକ୍ତମାନଙ୍କ ସୁବିଧା ପାଇଁ ଟ୍ରଷ୍ଟି ଥିବା କଟକ ସଦର ତହସିଲଦାର ଉକ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *