ସାଲେପୁର , ୧୨/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ମୁତାବକ ଡାକ୍ତର ନିଯୁକ୍ତି ଦାବିକରି ସହରାଞ୍ଚଳ ବିକାଶ ପରିଷଦ ପକ୍ଷରୁ କଟକ ଚାନ୍ଦବାଲି ରାଜ୍ୟ ରାଜପଥ କୁ ଆଜି ଅବରୋଧ କରାଯାଇଥିଲା |
ରାସ୍ତାରୋକ ଯୋଗୁଁ ବସ ଟ୍ରକ ଆଦି ବିଭିନ୍ନ ଯାନବାହାନ ବନ୍ଦ ରହିଥିଲ | ଏହି ବନ୍ଦ ଡାକରା ରେ ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ ଆଦି ରାଜନୈତିକ ଦଳ କର୍ମକର୍ତ୍ତା ମାନେ ସମର୍ଥନ ଜଣାଇଥିଲେ |
ବିଧାୟକ ପ୍ରଶାନ୍ତ ବେହେରା, କଂଗ୍ରେସ ନେତା ହରିବନ୍ଧୁ ଶତପଥୀ ପ୍ରମୁଖ ଏହାକୁ ସମର୍ଥନ ଜଣାଇ ରାସ୍ତା ରୋକ ରେ ଯୋଗଦେଇ ଥିଲେ | ପରେ ପୋଲିସ ପହଂଚି ବୁଝାସୁଝା କରିବାରୁ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା |ଏଠାରେ ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଡାକ୍ତର ନିଯୁକ୍ତି ଦାବିରେ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେମଧ୍ୟ ଗଣ ଧାରଣା ଦିଆଯାଇଥିଲା |
