କଟକ ସଦର,୧୧/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ପରମହଂସନାଥଙ୍କ ମନ୍ଦିରର ଜମିକୁ ଜଣେ ମାର୍ଫତଦାର ସେବାୟତ ବିକ୍ରି କରିଦେଇଥିବା ଅଭିଯୋଗ ହେଉଛି। ଏହା ଜଣାପଡିବା ପରେ ଶ୍ରଦ୍ଧାଳୁ ଓ ଅନ୍ୟ ସେବାୟତ ଓ ପୂଜକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶ ଯେ ଉକ୍ତ ପ୍ରସିଦ୍ଧ ଶିଵ ମନ୍ଦିରର ନୀତିକାନ୍ତି ପାଇଁ ପୂଜକ ଓ ସେଵାୟତ ମାନଙ୍କୁ ମାର୍ଫତଦାର ହିସାବରେ ଜମି ଖଞ୍ଜା ଦିଆଯାଇଥିଲା।
ହେଲେ ଜନୈକ ମାର୍ଫତଦାର ପୂଜକ ତାଙ୍କୁ ଦିଆଯାଇଥିବା ୫ ଏକର ଜମିରୁ ୪୨ ମୈ।ଜା କୁଳସରିଚୁଆଁ ମୈ।ଜାର ଖାତା ନଂ ୧୪୧,ପ୍ଲଟ ନଂ ୭୨୧,୭୬୨,୭୩୩ ହଜାରି ଢିପ ଡିହ ସରିଚୁଆଁ ରୁ ୨ ଏକର ଜମିକୁ ଚଞ୍ଚକତା କରି ବିକ୍ରୀ କରି ଦେଇଥିବା ଅଭିଯୋଗ ହେଉଛି। ସେହିପରି କିଛି ସେବାୟତ ନିଜର ପୈତୃକ ଜମି ଭାବି ଠାକୁର ଙ୍କ ଜମି କୁ ଵନ୍ଧାଛନ୍ଧା ପକାଇ ଚଳୁଥିବା ଜଣାପଡିଛି। ହେଲେ ଠାକୁର ଙ୍କ ଜମି କିପରି ଓ କାହା ବଳରେ ଜଣେ ମାର୍ଫତଦାର ଵିକ୍ରି କରିଦେବ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ଦେବୋତ୍ତର ବିଭାଗ ଓ କଟକ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ଠାକୁର ଙ୍କ ସବୁ ସମ୍ପତି ଏହିପରି ହଡ଼ପ ହୋଇଯିଵା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
