ଭୁବନେଶ୍ୱର,୧୨/୦୬/୨୦୨୬ (ଓଡ଼ିଶା ସମାଚାର)- ଆସନ୍ତା ସୋମବାର ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” ବନ୍ଦ ରହିବ । ଜୁନ୍ ୧୫ ତାରିଖ ସରକାରୀ ଛୁଟି ଦିବସ ଯୋଗୁଁ ଆସନ୍ତା ୧୫ରେ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନ ସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” ବନ୍ଦ ରହିବ
