କଟକ ସଦର,୧୧/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହର ଓ ସଦରରେ ଦୁଇ ସିଂହଙ୍କ ନେତୃତ୍ବକୁ ଦାୟି କରି ଵିଜେଡି ରାଜନୀତିରେ ଇସ୍ତଫା ପର୍ବ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଟକ ମହାନଗର ୧୮,୧୯ ଓ ୨୫ ନମ୍ବର ୱ।ର୍ଡର ବିଭିନ୍ନ ସାଂଗଠନିକ ଦାୟିତ୍ୱରେ ଥିବା ଏକାଧିକ କର୍ମକର୍ତ୍ତା ଙ୍କ ସମେତ ୧୮ ନମ୍ବର ୱ।ର୍ଡର ସଭାପତି ଆଇନଜୀବୀ ଦେବାଶିଷ ବେହେରା,ଯୁବ ସାଧାରଣ ସଂପାଦକ ସୁବାସ ମିର୍ଦ୍ଧା, ମହିଳା ସାଧାରଣ ସଂପାଦିକା କୁନି ସେଠୀ,୧୯ ନମ୍ବର ୱ।ର୍ଡ ର ସଭାପତି ପ୍ରଦୀପ ସିଂହ,୨୫ ନମ୍ବର ୱ।ର୍ଡର କଟକ ଜିଲ୍ଲା ସଂପାଦକ ଶିଶିର କୁମାର ସାହୁ, ପୂର୍ବତନ ମହାନଗର କୋଷାଧ୍ୟକ୍ଷ ଚିରଞ୍ଜିବ ପ୍ରଧାନ ପ୍ରମୁଖ ବିଜେଡ଼ି ରୁ ସାମୁହିକ ଇସ୍ତଫା ଦେଇଥିବା ଜଣାପଡିଛି। କଟକ ସହର ଓ ସଦର ବିଜେଡ଼ିରେ ଏ ଯେଉଁ ଘଳିଆ ପଡ଼ିଛି ତାହା ଆଉ ବନ୍ଦ ନହୋଇ ଘାଇ ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି।
କଟକ ବିଜେଡ଼ିରେ ଇସ୍ତଫା ପର୍ବ ଜାରି, ସାମୁହିକ ଇସ୍ତଫା
