ଭୁବନ ୧୭/୧୦/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କ ମଉଡ ମଣି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଭୁବନ ବିଜୁ ଜନତା ଦଳ ତରଫରୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ୮୦ ଗୋଟି ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା ।
ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧର୍ମାନନ୍ଦ ବରାଳ ଉପସ୍ଥିତ ରହିଥିଲେ ।
ବିଜୁ ଜନତା ଦଳର ନଗର ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ସମେତ କାଉନସିଲର ଗିରିଧାରୀ ସାହୁ , ପପୁ କୁମାର ସାହୁ , କାର୍ଯ୍ୟକର୍ତ୍ତା ସୋମନାଥ ମହାରଣା , ଦେବେନ୍ଦ୍ର ସାହୁ ,ଅଜୟ ସେଠୀ , ସନ୍ତୋଷ କୁମାର ବେହେରା,ଧନେଶ୍ଵର ବେହେରା ,ତ୍ରିଲୋଚନ ସାହୁ , କୁଞ୍ଜ ବେହେରା ,ନାରାୟଣ ନାୟକ , ରାକେଶ ପୃଷ୍ଟି , ସିଲୁ ନାୟକ , ପିଣ୍ଟୁ ଦାସ , ବିଜୟ ପାତ୍ର, ସିପୁନା ଦାସ , ପ୍ରଣବ ଦାସ , ସୁଶାନ୍ତ ବାରିକ , ବିନୋଦ ବେହେରା , ସାଗର ସାହୁ , ଈଶ୍ୱର ମହାନ୍ତି , ଜଗବନ୍ଧୁ ସାହୁ , ପିନୁଆ ବେହେରା , ବଳରାମ ବେହେରା,ଆଲୋକ ସାହୁ , ଲିଙ୍ଗରାଜ ସାହୁ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ ଓ ସୁସ୍ଥ ନିରାମୟ ଓ ଦୀର୍ଘ କାମନା କରିଥିଲେ ।
