ଭୁବନେଶ୍ୱର,୧୫/୦୮/୨୦୨୫ (ଓଡ଼ିଶା ସମାଚାର)- ୭୯ତମ ସ୍ୱାଧୀନତା ଦିବସ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ ଦପ୍ତରରେ ପାଳନ କରାଯାଇଛି । ରାଜ୍ୟ ସଂପାଦକ ସାଥୀ ସୁରେଶଚନ୍ଦ୍ର ପାଣିଗ୍ରାହୀ ପତାକା ଉତୋଳନ କରିଥିଲେ ।
ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସାଥୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରି ସ୍ୱାଧୀନତା ଦିବସ ର ତାତ୍ପର୍ଯ୍ୟ ଓ ଦେଶ ଆଗରେ ଦେଖାଯାଇଥିବା ବିପଦ ସଂପର୍କରେ
ଉଦବୋଧନ ଦେଇଥିଲେ । ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ କୁମାର ଦାସ, ଯମେଶ୍ୱର ସାମନ୍ତରାୟ, ରାଜ୍ୟ କମିଟି ସଦସ୍ୟ ତାପସୀ ପ୍ରହରାଜ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଦେଶର ସମ୍ବିଧାନ, ଗଣତନ୍ତ୍ର, ଧର୍ମ ନିରପେକ୍ଷତା, ସ୍ୱାଧୀନ ବୈଦେଶିକ ନୀତି, ସାମାଜିକ ନ୍ୟାୟ ଆଜି ବିପନ୍ନ ।
ସାମ୍ରାଜ୍ୟବାଦୀ ଆମେରିକା ଆମ ଦେଶର କୃଷି କ୍ଷେତ୍ରରେ, ଶ୍ରମବଜାର, ପ୍ରତିରକ୍ଷା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଏବଂ ଭାରତୀୟ ରପ୍ତାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ତାରିଫ ବସାଇ ଆମ ଦେଶର ଅର୍ଥନୀତିକୁ ଧ୍ୱଂସ କରିଦେବାକୁ ଉଦ୍ୟମ କରୁଛି । ବ୍ରିଟେନ୍, ଅଷ୍ଟ୍ରେଲିଆ ସହିତ ସାମଗ୍ରୀକ ଅର୍ଥନୈତିକ ଚୁକ୍ତିକରି ନରେନ୍ଦ୍ର ମୋଦି ସରକାର ଦେଶର କୃଷକ ଓ ଶ୍ରମଜୀବୀ ଜନଗଚ୍ଚ ଜୀବିକା ଉପରେ ପ୍ରଚଣ୍ଡ ଆଘାତ ଆଣିଛି । ଏହା ବିରୁଦ୍ଧରେ କମୁ୍ୟନିଷ୍ଟମାନେ ଐକ୍ୟବଦ୍ଧ ସଂଗ୍ରାମ କରିବା ପାଇଁ ଆଗେଇ ଆସିବା ନିମନ୍ତେ ଆହ୍ୱାନ ଦେଇଥିଲେ ।
