କଟକ,୨୪/୧୧/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-ବାରଙ୍ଗ ବ୍ଳକ ୩୩ନମ୍ଵର ଜୋନର ୮ଗୋଟି ପଞ୍ଚାୟତର ଚାଷି ମାନେ ବ୍ରାହ୍ମଣଝରିଲୋ ନରନାରାୟଣ ମନ୍ଦିର ରେ ବିଚିତ୍ରା ନନ୍ଦ ପାତ୍ର ଙ୍କ ସଭାପତିତ୍ଵରେ ଏକତ୍ରିତ ହୋଇ ଥିଲେ । ଅନୁଷ୍ଠିତ ସଭାରେ ଚାଷିମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଗତ ବର୍ଷ ସରକାର କଟନିଛଟନି ହେବନାହିଁ ବୋଲି ନିୟମ କରିଥିବା ସତ୍ଵେ ଚାଷିଙ୍କର ପ୍ରାୟ ୫କେଜି ଲେଖାଏଁ ଧାନ କାଟ କରାଯାଇଥିଲା । ଚ଼ଳିତ ବର୍ଷ ୫କେଜି ଧାନ କଟନିଛଟନି କରାଗଲେ ଦୃଢ ପ୍ରତିବାଦ କରାଯିବ ବୋଲି ନିଷ୍ପତି କରିଛନ୍ତି ।
ସରକାର ଙ୍କର ନିୟମ ଅନୁଯାଇ ମିଲର ଧାନ ବିନା କଟନିଛଟନି ରେ ଧାନକ୍ରୟ କରୁ, ଲୋଡିଙ୍ଗ ଟଙ୍କା ସରକାର ବହନ କରୁଥିଲେ ମଧ୍ୟ ଚାଷୀଙ୍କ ଠାରୁ ଟଙ୍କା ଆଦାୟ ନ କରାଯାଉ । ନଚେତ୍ ଚାଷିମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ଏହି ମେଳିରେ ଚାଷୀଙ୍କ ସମସ୍ୟା ସଂପର୍କରେ ସମବାୟ ସମିତି ସହିତ ଆଲୋଚନା ପାଇଁ ଏକ କମିଟି ଗଠନ କରାଯାଉଛି ।
ବୈଠକରେ ନବନିର୍ମାଣ କୃଷକ ସଂଗଠନ ର ସହ ସଂଯୋଯକ କୃଷ୍ଣଚନ୍ଦ୍ର ବେହେରା, ବିନୟ ବେହେରା, ଅଜୟ ସାମନ୍ତରାୟ, ବସନ୍ତ କୁମାର ବେହେରା, କେଦାର ନାଥ ଜେନା, କ୍ଷିରୋଦ ପଟ୍ଟନାୟକ, କାହୁଚରଣ ପାତ୍ର, କୈଳାସ ବେହେରା, ଅରୁଣ ମହାନ୍ତି, ବୈଦ୍ୟନାଥ ତରାଇ, ପ୍ରବୋଧ କୁମାର ମହାପାତ୍ର, ମନୋଜ କୁମାର ଜେନା ଦିଲ୍ଲିପ କୁମାର ସାମନ୍ତରାୟ, ବ୍ରଜେନ୍ଦ୍ର ପ୍ରଧାନ, ମୂରଲିଧର ବେହେରା, ଗଣେଷ ଚନ୍ଦ୍ର ସାହୁ, ସଦାନଦ ଓଝା, ଦିଲ୍ଲିପ ଦେହର, ପଦ୍ମଲାଭ ବେହେରା ପ୍ରମୁଖ ଯୋଗଦେଇ ଥିଲେ ।
