କଟକ ସଦର,୧୧/୦୬/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ଦେଖାଦେଇଥିବା ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆଜି ଗୁରୁବାର ଦିନ କଟକ ରେ ଥିବା ପୋଲିସ ମହାନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଘେରିଛି ଓଡ଼ିଶା ଜନତା କଂଗ୍ରେସ (ଓଜେସି)।ଓଜେସି ର ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ନାରୀ ନେତ୍ରୀ ଗିରିବାଳା ବେହେରା ଙ୍କ ନେତୃତ୍ଵରେ ହଜାର ହଜାର କର୍ମୀ ଜେଲ୍ ରୋଡ଼ ନେତାଜୀ ମ୍ଯୁଜିୟମ ଗେଟ୍ ନିକଟରୁ ଶୋଭାତ୍ରାରେ ଯାଇଁ ପ୍ରତିବାଦ ସଭା କରିଥିଲେ।
ମଦ ଦୋକାନ ନିଲାମ ହେବା ପରି ଏବେ ଥାନା ଗୁଡିକ ନିଲାମ ହୋଇଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି ଏଵଂ ପୋଲିସ ତଦନ୍ତରେ ନିରପେକ୍ଷତା ମିଳୁ ନାହିଁ ବୋଲି ମୋକିମ କହିବା ସହିତ ଏହାର ନିରାକରଣ କରାନଗଲେ ଆଗାମୀ ଦିନରେ ରାଜ୍ୟର ସବୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଥିଲେ।ଏ ସମ୍ପର୍କରେ ଡିଜିପି ଙ୍କୁ ଦାବି ପତ୍ର ଦିଆଯାଇଥିଲା।
