ଗରଦପୁର, ୧୬/୦୫/୨୦୨୫(ଓଡ଼ିଶା ସମାଚାର)- ପହେଲଗାମ ଆତଙ୍କି ହମଲା ପରେ ଅପରେସନ୍ ସଦିନ୍ଦୁର ସଫଳତାକୁ ନେଇ ରାଷ୍ଟ୍ରିୟ ନାଗରିକ ସମାଜ ପକ୍ଷରୁ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଗରଦପୁର ବ୍ଲକ୍ ର ବିଜେପି ନେତା ଚିତ ରଂଜନ ଚୌଧୁରୀଙ୍କ୍ ନେତୃତ୍ୱରେ ପାଟକୁରା ବିଜେପି ନେତା ତେଜେଶ୍ୱର ପରିଡ଼ା ଯୋଗଦେଇ ଭାରତୀୟ ସେନାଙ୍କ ଅଦ୍ଭୁତ ପରାକ୍ରମକୁ ଭୁୟସି ପ୍ରସଂଶା କରିଥିଲେ ।
ଏହି ତ୍ରିରଙ୍ଗା ଯାତ୍ରା ହରିପୁର ବସଷ୍ଟାଣ୍ଡ ଠାରୁ ବାହାରି ପଲିଶ୍ରୀ ମହିଳା ସମିତି କାର୍ଯ୍ୟାଳୟ ଓ କୋରୁଆ ବଜାର ଦେଇ କଳାବୁଦା ବାରୁଣୀ ବଜାରରେ ଶେେ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ପଣ୍ଡା, ସମାଜସେବୀ ଅଂଜନ କୁମାର ଦେବତା, ସରପଂଚ ଅମିୟ ଜେନା, ଅନୀଲ ପାଣି, ସନ୍ତୋଷ କୁମାର ରାଉତ, ସମିର ପରିଡ଼ା, ଚିତରଂଜନ ସେଠୀ, ନଗେନ୍ କୁମାର ରାଉତ, ବିଜ୍ଞାନରତ୍ନ ସୁତାର, ନୟନ ବଲଭ ମହାନ୍ତି, ଶ୍ରୀକାନ୍ତ ସେନାପତି ,ଶାନ୍ତିଲତା ପଟ୍ଟନାୟକ୍, କବିତା ଲେଙ୍କା, ପ୍ରଶାନ୍ତ ମଲିକ, ଗୋବର୍ଦ୍ଧନ ସାହୁ, ନିଖିଳ ରାଉତ, ରଶ୍ମିରଂଜନ ସ୍ୱାଇଁ ପ୍ରମୁଖ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।