କଟକ ସଦର,୧୮/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ନିର୍ବାଚନ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସଭାପତି ଓ ସାଧାରଣ ସଂପାଦକ ଭାବେ ଗଗନ ଚନ୍ଦ୍ର ରାଉତ ନିର୍ବାଚିତ ହୋଇଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଭାବେ ଶଶୀଭୂଷଣ ଦାସ,କାର୍ଯ୍ୟକାରୀ ସଭାପତି ପ୍ରଭାକର ପଲାଇଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇଛନ୍ତି।
ସେହିପରି କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସପିଟାଲ (ଏସସିଵି) ଶାଖା ସଭାପତି ଭାବେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓରଫ ରାଜା ସ୍ୱାଇଁ, ସଂପାଦକ ବିଜୟ କୁମାର ନାୟକ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଆଗାମୀଦିନରେ ମେଡିକାଲ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନୂତନ କମିଟି ଆନ୍ତରିକତାର ସହ କାମ କରିଵ ବୋଲି ନଵ ନିର୍ବାଚିତ ସଭାପତି ବିଧାୟକ ରାଜା ସ୍ବାଇଁ ବକ୍ତବ୍ୟରେ କହିଛନ୍ତି।
