ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦୀ ପ୍ରତିବାଦରେ ଟାଙ୍ଗୀ ବ୍ଲକ ସମ୍ମୁଖରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ –  କର୍ମଚାରୀ ମାନଙ୍କ କଲମଛାଡ ଆନ୍ଦୋଳନ

କଟକ ସଦର,୧୮/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଦୁଇଦିନ ତଳେ କଟକ ଜିଲ୍ଲାର ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରି ଟାଙ୍ଗୀ ସାଲେପୁର ର ପରାଜିତ ବିଜେପି ନେତା ଅଭିନେତା ଅରିନ୍ଦମ ରାୟ ଓ‌ ଆଠଗଡର ପରାଜିତ ବିଜେପି ନେତା ଅଭୟ ବାରିକ ସରକାରୀ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ଜୀବନରୁ ମାରିଦେବାକୁ ଧମକଚମକ ଦେଵା ସହିତ ବିଧାୟକ ପ୍ରଶାନ୍ତ ବେହେରା ଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ସର୍ବସମ୍ମୁଖରେ ଗାଳିଗୁଲଜ କରିବା  ନେଇ ଅଭିଯୋଗ ହୋଇଛି।

ଏହାର ପ୍ରତିବାଦରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସୋମବାର ଦିନ ବିଜେଡ଼ି ପକ୍ଷରୁ ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ବ୍ଲକ ସମ୍ମୁଖରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସେଥିରେ ଆଠଗଡ଼ରୁ ବିଜେଡ଼ି ର ଏକ ବଡଧରଣର ପ୍ରତିବାଦ ଶୋଭାଯାତ୍ରା ବିକ୍ଷୋଭ ସ୍ଥଳରେ ପହଞ୍ଚି ଥିଲା।

ସେହିପରି ଏହାର ପ୍ରତିବାଦରେ ବ୍ଲକ୍ କର୍ମଚାରୀମାନେ  ଆଜି କଲମଛାଡ ଆନ୍ଦୋଳନ ଚଳାଇଥିବା ଜଣାପଡିଛି। ଯେଉଁଥିପାଇଁ ଜନସାଧାରଣଙ୍କ ବ୍ଲକରେ ଥିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଅଭିଯୋଗ ଅନୁଯାୟୀ ଟାଙ୍ଗୀ ଥାନାରେ ଅରିନ୍ଦମ ଓ ଅଭୟ ଙ୍କ ସମେତ ୧୦୦ ଜଣଙ୍କ ନାଁରେ ମାମଲା ନଂ ୨୫୮/୨୦୨୬ ଓ ଦଫା ୩୨୯(୩),(୩),୧୩୨,୨୯୬,୩୫୧(୩),୩(୫)ରେ ମାମଲା ରୁଜୁ କରାଯାଇଛି। ହେଲେ ଅଭିଯୁକ୍ତ ମାନଙ୍କୁ ପୋଲିସ୍ କେବେ ଗିରଫ କରୁଛି ତାକୁ କେବଳ ଦେଖିବାକୁ ବାକି ରହିଲା। ହେଲେ ଉକ୍ତ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ବିଜେଡି ନେତୃତ୍ଵ କିମ୍ବା ଜିଲ୍ଲା ବିଜେଡ଼ି ନେତୃତ୍ୱ ମୁହଁ ନଖୋଲିଵା ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

Leave a Reply

Your email address will not be published. Required fields are marked *