ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକରେ ବାଚସ୍ପତି ସୁରମା ପାଢ଼ୀ ଙ୍କ ଶୋକ

ଭୁବନେଶ୍ୱର,୨୨/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ ବିଧାୟକ , ସମାଜସେବି ବିଜୟ କୁମାର ମହାନ୍ତିଙ୍କ ପରଲୋକ ଖବର ପାଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ହେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।
୨୦୦୯ ରୁ ୨୦୧୯ ପର୍ୟ୍ୟନ୍ତ ଲଗାତାର ଭାବେ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବେ ସେ ତାଙ୍କ ଦାଇତ୍ବ ତୁଲାଇ ଥିଲେ । ସମାଜର ତଳସ୍ତରେ ଥିବା ଜନ ସାଧାରଣଙ୍କର ସ୍ୱାର୍ଥକୁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ । ତାଙ୍କର ପରଲୋକଗତ ଆତ୍ମାର ସଦଗତି କାମନା କରୁଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏକ ଶୋକବାର୍ତା ରେ ଜଣାଇଛନ୍ତି ।
-୦-
ବିଭୁତି ନାୟକ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *