ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଲେ

ଭୁବନେଶ୍ୱର,୧୭/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।  ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା ଷଢ଼ଙ୍ଗୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ଵ ମନ୍ତ୍ରୀ  ସୁରେଶ ପୂଜାରୀ, ବିଜେପି ରାଷ୍ଟ୍ରୟ ଉପାଧ୍ୟକ ବୈଜୟନ୍ତ ପଣ୍ତା ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ କରିଛନ୍ତି। । ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ନୀତିନ ନବୀନ ଓଡ଼ିଶା ଆସିଛନ୍ତି।

ସୋମବାର ସକାଳେ ବିଜେପି ଅଫିସରେ କୋର୍ କମିଟି ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ସାମିଲ ହେବେ । ଏହାପରେ ଜଟଣୀ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମ ସାରି ସେ ପୁରୀ ଯିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଅପରାହ୍ଣରେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ବୈଠକ ଏବଂ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଆସନ୍ତା ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ବିସ୍ତୃତ ଆଲୋଚନା କରିବେ । ଦୁଇ ଦିନିଆ ଗସ୍ତ ସାରି ସଂଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *