ମହାକାଳପଡ଼ା,୧୦/୦୫/୨୦୨୫ (ଓଡ଼ିଶା ସମାଚାର)- ଭାରତ- ପାକ୍ ଉତ୍ତେଜନା ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ ସମୁଦ୍ରରେ ଜାଲ ବସାଇ ମାଛ ଧରିବା ବେଳେ ହଠାତ ଜାଲରେ ଏକ ଅଜଣା ଡ୍ରୋନ୍ ପଡ଼ିଥିଲା।
ଏ ନେଇ ଶ୍ରୀମନ୍ତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚô ଡ୍ରୋନ୍କୁ ଜବତ କରିଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ କୌଣସି ଭୟ ନ କରିବାକୁ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
