Breaking News : ରେସକ୍ୟୁ ଅପରେସନ  ସଫଳ —  ମହୁ ସଂଗ୍ରହ ପାଇଁ ଯାଇ ପଥରସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର  

ନୟାଗଡ଼ ୦୬/୦୫/୨୦୨୬ (ଓଡ଼ିଶା ସମାଚାର)-,ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲ ପଥରଖୋଲରେ ମହୁ ସଂଗ୍ରହ ପାଇଁ ଯାଇଥିବା ନାବାଳକର  ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିଲା । ନୟାଗଡ଼ ଓ ଓଡ଼ଗାଁ ଅଗ୍ନିଶମବାହିନୀର କର୍ମଚାରୀମାନେ ତାଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି ।  ସକାଳ ୭ଟାରୁ ଫସିଥିବା ନାବାଳକ ଶିବ ପ୍ରଧାନ ଦୀର୍ଘ ୯ ଘଣ୍ଟା ପରେ ଅପରାହ୍ନରେ ଉଦ୍ଧାର ହୋଇଛନ୍ତି । ତାକୁ ଉଦ୍ଧାର କଲା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।

ନାବାଳକଙ୍କୁ ଉଦ୍ଧାର ପରେ ଅଗ୍ନିଶମ ଡିଜି ବଡ଼ ସୂଚନା ଦେଇଛନ୍ତି ।  ବଡ଼ ଚ୍ୟାଲେଞ୍ଜିଂ ଥିଲା; ଉଦ୍ଧାର ବେଳେ ଦୁଇଟି ବଡ଼ ବିପଦ ଥିଲା । ନାବାଳକଜଣକ ଯେଉଁ ସ୍ଥାନରେ ଫସିରହିଥିଲେ, ତାହାର ଉପରେ ଥିଲା ବଡ଼ ପଥର ଖଣ୍ଡ, ତାହା ସହିତ ଏକ ଅଜଗର ସାପ ଥିଲା । ବୈଷୟିକ ଚ୍ୟାଲେଞ୍ଜ୍‌ ଥିଲା, ସେଥିପାଇଁ ଭୁବନେଶ୍ବରରୁ ଯନ୍ତ୍ରପାତି ପଠାଗଲା । ଯେଉଁମାନେ ସାହସିକ ଉଦ୍ଧାର କାର୍ଯ୍ୟ କରିଛନ୍ତି, ସମସ୍ତଙ୍କୁ ପରସ୍କୃତ କରାଯିବ ବୋଲି କହିଛନ୍ତି । ଖବର ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟରେ ନୟାଗଡ଼ ଓ ଓଡଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁସ୍ଥ ଥିବା ସହ ହାତ ବିନ୍ଧୁ ଥିବା କଥା ନାବାଳକ କହିଛି।  ନାବାଳକ ଜଣକ ସକାଳୁ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ।

ସେଠାରେ ଥିବା ପଥର ଖୋଲରୁ ସେ ମହୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଖୋଲ ଭିତରେ ତାଙ୍କ ମୁଣ୍ଡ ରହିଯାଇଥିଲା । ନାବାଳକଙ୍କର ମୁଣ୍ଡ ପଥର ଖୋଲରେ ଅଟକି ଯିବାରୁ ସେ ବାହାରି ପାରି ନଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନୟାଗଡ଼ ଓ ଓଡ଼ଗାଁ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ପଥର ସନ୍ଧିରେ ମୁଣ୍ଡ ଅଟକିଥିବାରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପଡ଼ିଥିଲା। ଉଦ୍ଧାର ସମୟରେ ପିଲାଠୁ ମାତ୍ର ଅଳ୍ପ ଦୂରରେ ଶୋଇଥିଲା ବିରାଟ ଅଜଗର। ଶେଷରେ ଦୀର୍ଘ  ଘଣ୍ଟାର ରେସକ୍ୟୁ ଅପରେସନ ପରେ ନାବାଳକଙ୍କୁ ପଥର ଖୋଲରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ନାବାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନାବାଳକର ସ୍ବାସ୍ଥ୍ୟ ଅବସ୍ଥା ଠିକ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *