ପଥରସନ୍ଧି ରେ ଫସିଥିବା ନାବାଳକ କୁ ଉଦ୍ଧାର କରିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରସଂଶା

ଭୁବନେଶ୍ୱର, ୦୬/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲ ପଥରଖୋଲରେ ମହୁ ସଂଗ୍ରହ ପାଇଁ ଯାଇଥିବା ନାବାଳକର ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିଲା । ନୟାଗଡ଼ ଓ ଓଡ଼ଗାଁ ଅଗ୍ନିଶମବାହିନୀର କର୍ମଚାରୀମାନେ ତାଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି । ସକାଳ ୭ଟାରୁ ଫସିଥିବା ନାବାଳକ ଶିବ ପ୍ରଧାନ ଦୀର୍ଘ ୯ ଘଣ୍ଟା ପରେ ଅପରାହ୍ନରେ ଉଦ୍ଧାର ହୋଇଛନ୍ତି । ତାକୁ ଉଦ୍ଧାର କଲା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।

ମୋହନ ମାଝୀ


୧୪ ବର୍ଷର ନାବାଳକ ଶିବ ପ୍ରଧାନ ଙ୍କୁ ସଫଳତାର ସହିତ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଗ୍ନିଶମବାହିନୀର କର୍ମଚାରୀ ଙ୍କ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି – ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ । ଆମ ସରକାର ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଆମର ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ। ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *