ଶିକ୍ଷକଙ୍କ ଉପରକୁ ବୋମାମାଡ଼, ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର)-  ଶିକ୍ଷକଙ୍କ ଉପରକୁ ବୋମାମାଡ଼ । ବ୍ରହ୍ମପୁର ବଡ଼ ବଜାରର ରଘୁପତି ନଗରରେ ଅଭାବନୀୟ ଘଟଣା । ଗୁରୁତର ଆହତ ଅବସ୍ଥାରେ ଶିକ୍ଷକ ଙ୍କୁ  ବ୍ରହ୍ମପୁର ଏମକେସିଜିରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ଶିକ୍ଷକ ଦିଗପହଣ୍ଡି ବ୍ଲକର ସିଆରସିସି ଟୁକୁନା ଭୂୟାଁ ।ସୂଚନା ଅନୁସାରେ, ଗୁରୁବାର ରାତିରେ ଟୁକୁନା ଘରେ ବସିଥିବା ବେଳେ ହଠାତ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ବୋମାମାଡ କରି ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ବୋମାମାଡରେ ଟୁକୁନାଙ୍କ ଛାତି ସହ ଶରୀରର ବିଭିନ୍ନ ସ୍ଥାନର ଆଘାତ ହୋଇଛି । ଖବର ପାଇ ବଡ଼ ବଜାର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ସେହିପରି ବ୍ରହ୍ମପୁର ଏସପି ଟୁକୁନାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଟୁକୁନାଙ୍କ ପତ୍ନୀ ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ଼ରେ ରହୁଥିବା ବେଳେ ଟୁକୁନା ବ୍ରହ୍ମପୁରରେ ଭଡ଼ା ଘରେ ରହୁଥିଲେ । ଟୁକୁନାଙ୍କୁ କିଏ ଓ କାହିଁକି ବୋମାମାଡ କଲା, ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *